26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗପ୍ୟାଙ୍ଗୋଙ୍ଗ ହ୍ରଦ ଦକ୍ଷିଣ ପଟୁ ହଟୁଛନ୍ତି ଦୁଇ ଦେଶର ସୈନ୍ୟ

ପ୍ୟାଙ୍ଗୋଙ୍ଗ ହ୍ରଦ ଦକ୍ଷିଣ ପଟୁ ହଟୁଛନ୍ତି ଦୁଇ ଦେଶର ସୈନ୍ୟ

ନୂଆଦିଲ୍ଲୀ: ଲଦାଖର ବିବାଦୀୟ ଅଂଚଳରୁ ଚୀନ ସେନା ଏବେ ପଛକୁ ହଟିବାର ପ୍ରଥମ ଚିତ୍ର ସାମ୍ନାକୁ ଆସିଛି । ଭାରତୀୟ ସେନା ଏହାର ଭିଡିଓ ଜାରି କରିଛି ।  ନିଜ ପୋଷ୍ଟକୁ ମଧ୍ୟ ଫେରିଛନ୍ତି ଭାରତୀୟ ସେନା । ୨୪ ଜାନୁଆରୀରରେ ଦୁଇ ଦେଶର ସୈନ୍ୟ କମାଣ୍ଡରଙ୍କ ମଧ୍ୟରେ ସଫଳ ଆଲୋଚନା ହୋଇଥିଲା । ବୁଧବାର ପଛକୁ ହଟିବା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଭାରତ ଓ ଚୀନ ସେନାର ଲୋକାଲ କମାଣ୍ଡର୍ସଙ୍କ ବୈଠକ ହୋଇଥିଲା । ଯାହା ପରେ ପ୍ୟାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପଟୁ ଦୁଇ ଦେଶ ନିଜ ଟ୍ୟାଙ୍କକୁ ପଛକୁ କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଥିଲା । ଏହି ପ୍ରକ୍ରିୟାର ଯାଂଚ ଭାରତ ଓ ଚୀନ ସେନା ମିଳିତ ଭାବରେ କରୁଛନ୍ତି । ପ୍ରତିଦିନ ଦୁଇ ଥର ଲୋକାଲ କମାଣ୍ଡର୍ସ ସାକ୍ଷାତ ମଧ୍ୟ କରୁଛନ୍ତି । ଏଠାରେ କହିରଖୁଛୁ ଯେ, ଦୁଇ ଦେଶ ଦକ୍ଷିଣ ପଟେ ବଡ ସଂଖ୍ୟାରେ ଟ୍ୟାଙ୍କ ନିୟୋଜିତ କରିଥିଲେ । ବୁଧବାର ଏହି ଟ୍ୟାଙ୍କ ସହ କମ୍ବେଟ ଯାନ ମଧ୍ୟ ପଛକୁ ଫେରୁଛି । ଗୁରୁବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗୁରୁବାର ରାଜ୍ୟସଭା ଓ ଲୋକସଭାରେ ଚୀନ ଓ ଲାଦାଖରେ ଭାରତର ଗତିରୋଧ ନେଇ ନିଆଯାଇଥିବା ପଦକ୍ଷେପ ନେଇ ତଥ୍ୟ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking