26.1 C
Bhubaneswar
Wednesday, May 8, 2024
HomeUncategorizedବିଂଝାରପୁର ମଲିଆକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ବିଂଝାରପୁର ମଲିଆକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଯାଜପୁର : ଯାଜପୁର ବିଂଝାରପୁର ମଲିଆକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲା ପ୍ରଶାସନ। ବାଛଳ ପଞ୍ଚାୟତର ଦାଣ୍ଡିସହି ଏବଂ ଫତେପୁର  ପଂଚୟତର  ମଲିଆ ଗ୍ରାମରେ ଲାଗୁ ହେଲା କଣ୍ଟେନମେଣ୍ଟ କଟକଣା । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ସାନିଟେସନ, ଅତ୍ୟାବଶ୍ୟକୀୟ ସମଗ୍ରୀ ଯୋଗାଣ, ସ୍ୱାସ୍ଥ୍ୟ ସେବା ଏବଂ ଲ ଏଣ୍ଡ ଅର୍ଡର  ସିକ୍ୟୁରିଟି ପାଇଁ ୪ ଜଣ ନୋଡ଼ାଲ ଅଫିସର ନିଯୁକ୍ତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଗତକାଲି ମଲିଆରୁ ଜଣେ ପଜିଟିଭ ଚିନ୍ହଟ ହୋଇଥିଲେ । ତେବେ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ୩୨୬ରେ ପହଂଚିଛି । ସେଥିମଧ୍ୟରୁ ୪୬ ଜଣ ଆକ୍ରାନ୍ତ ସକ୍ରିୟ ଥିବାବେଳେ ୨୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।

୧୧କେଭି ବିଦ୍ୟୂତ୍ ତାର ସଂସ୍ପର୍ଶରେ ଯୁବକ ଗୁରୁତର

ଯାଜପୁର :  ଜିଲ୍ଲାର କୋରାଇ ଥାନା ଅନ୍ତର୍ଗତ ସନ୍ତରା ଅଞ୍ଚଳରେ ଗ୍ୟାସ୍ ଗୋଦାମରେ ଘଟିଛି ଅଘଟଣ । ୧୧କେଭି ବିଦ୍ୟୂତ୍ ତାର ସଂସ୍ପର୍ଶରେ ଆସି ଗୋଦାମର ଜଣେ ଶ୍ରମିକ ଗୁରୁତର ହୋଇପଡିଥିବା ଜଣାପଡିଛି। ଶ୍ରମିକ ଜଣକ ଯାଜପୁର ରୋଡ୍ ଥାନା ଧବଳଗିରି ଅଞ୍ଚଳର ଏବଂ ତାର ନାମ କୁନା ବୋଲି ଜଣାପଡିଛି। ଗୁରୁତର ଶ୍ରମିକଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଗୁରୁତର ଶ୍ରମିକଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ସେପଟେ କୋରାଇ ପୋଲିସ୍ ଦ୍ବାରା ଘଟଣାର ଅନୁଧ୍ୟାନ  ଜାରି ରହିଛି!

 

୮୧ତମ ଦିବସରେ ମାକ୍ସ ବଣ୍ଟନ ଓ କରୋନା ସଚେତନତା

ଯାଜପୁର : ସଚେତନତା ଦ୍ୱାରା ବିଶ୍ଵରୁ ମହାମାରୀ  କରୋନାକୁ ବିନାଶ କରିବା ପାଇଁ ଆନ୍ତର୍ଜାତୀୟ,ଜାତୀୟ, ରାଜ୍ୟ ତଥା ଆଞ୍ଚଳିକ ସ୍ତରରେ ବହୁ ପଦକ୍ଷେପ ମାନ ନିଆଯାଉଥିବା ବେଳେ,ଆଜକୁ ଦୀର୍ଘ ୮୧ଦିନ ଧରି ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ନିଜସ୍ୱ ଚେଷ୍ଟାରେ ସାରା ରାଜ୍ୟରେ ରିଲିଫ ବଣ୍ଟନ ସହ ବିଭିନ୍ନ ସଚେତନତା ମୂଳକ  ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଉଥିବାର ଦେଖିବାକୁ ମିଳିଛି।ଏହିପାରିପ୍ରେକ୍ଷୀରେ ଆଜି ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ  ଦେଖିବାକୁ ମିଳିଥିଲା ମାସ୍କ ବଣ୍ଟନ କାର୍ଯ୍ୟକ୍ରମ।  ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯାଜପୁରଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରେ ସାମାଜିକ ଦୂରତା ରକ୍ଷା କରି ମାସ୍କ ବଣ୍ଟନ ସହ କରୋନା ସଚେତନତା ସୃଷ୍ଟି କରୁଥିବାର ଦେଖାଯାଇଅଛି।ଏଥିରେ ନାଟ୍ୟକାର ତଥା ନାଟ୍ୟନିର୍ଦ୍ଦେଶକ ସାଧୁ ନିଲୁବାବା, ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶ,ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମିହିର କୁମାର ମଲ୍ଲିକ,ଅଧ୍ୟାପକ ଭରତ ଚନ୍ଦ୍ର ବେହେରା,ଅଭିନେତା ଶଶୀକାନ୍ତ ପଣ୍ଡା,ସେକ ମମିନ ଅଲି,ମାନସ ସେଠ,ଗୋଲକ ଦାସ,ରୁଦ୍ର ପ୍ରକାଶ ଦାସ,ପ୍ରକାଶ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟାମାନେ ଯୋଗଦାନ  କରିଥିଲେ।
-ରିପୋର୍ଟ ଅଭିମନ୍ୟୁ ମିଶ୍ର

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking