38.1 C
Bhubaneswar
Friday, April 26, 2024
Homeଓଡିଶାଜଗତସିଂହପୁର ବ୍ଲକ ଶିକ୍ଷା ମଣ୍ଡଳ ଅଧୀନରେ ବେସରକାରୀ ବିଦ୍ୟାଳୟ ଯାଞ୍ଚରେ ଅନିୟମିତତା ଅଭିଯୋଗ

ଜଗତସିଂହପୁର ବ୍ଲକ ଶିକ୍ଷା ମଣ୍ଡଳ ଅଧୀନରେ ବେସରକାରୀ ବିଦ୍ୟାଳୟ ଯାଞ୍ଚରେ ଅନିୟମିତତା ଅଭିଯୋଗ

ଜଗତସିଂହପୁର: ପୁଣି ଆଜି ଏକ ବିଚିତ୍ର ଓ ଅପ୍ରାସଙ୍ଗିକ ଘଟଣା ଜଗତସିଂପୁର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ ଚନ୍ଦ୍ର ସେଠୀ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା କାର୍ଯ୍ୟକ୍ରମକୁ ନେଇ ବ୍ୟସ୍ତତା ଭିତରେ ଥିବାବେଳେ ଏବଂ ସଂପୃକ୍ତ ସହକାରୀ ବ୍ଲକ୍ ଶିକ୍ଷାଧିକାରୀ (ବିଧି)ଙ୍କୁ ଅଣଦେଖା କରାଯାଇ ବେସରକାରୀ ବିଦ୍ୟାଳୟ ଗୁଡ଼ିକର ଯାଞ୍ଚ କାର୍ଯ୍ୟ ପରିଡ଼ା ବାବୁ ନାମକ   ଜଣେ ସି.ଆର.ସି.ସି  ନିଜେ ବ୍ଲକ୍ ସାଧନ କେନ୍ଦ୍ର ସଂଯୋଜକ                (ବି.ଆର.ସି.ସି. )ଙ୍କୁ ନେଇ କରିଚାଲିଛନ୍ତି। ପୂର୍ବରୁ ମଧ୍ୟ ଏହି     ସି.ଆର.ସି.ସି. ଙ୍କୁ ନେଇ ଅସନ୍ତୋଷ ଥିବା ବେଳେ ଜଗତସିଂହପୁର ବ୍ଲକ ଓ ପୌରାଞ୍ଚଳରେ ୧୭ ଜଣ  ସି.ଆର.ସି.ସି. ଏବଂ ସଂପୃକ୍ତ କର୍ମଚାରୀମାନେ ଉପସ୍ଥିତ ଥିବା ବେଳେ କେବଳ ପରିଡ଼ା ବାବୁଙ୍କୁ ଏହି ସବୁ କାର୍ଯ୍ୟରେ ନିୟୋଜିତ କରିବାର ଉଦ୍ଦେଶ୍ୟ ନେଇ ଅନ୍ୟ ସି.ଆର.ସି.ସି ମାନେ ଭୃକୁଞ୍ଚନ କରୁଥିବା ଭଳି ଘଟଣା ପଦାକୁ ଆସିଛି।

ଏତଦବ୍ୟତୀତ ଏଷ୍ଟାବ୍ଲିସମେଣ୍ଟ        ଏ.ବି.ଇ.ଓ  କନକଲତା ଦାସ ଓ ସୌଭାଗ୍ୟବ୍ରତ ପଣ୍ଡା ସଂପୃକ୍ତ କମ୍ପ୍ୟୁଟର କର୍ମଚାରୀ ନିୟମ ଅନୁସାରେ ପୂର୍ବ ବର୍ଷ ଗୁଡ଼ିକରେଏହି ଯାଞ୍ଚ କାର୍ଯ୍ୟ ସୁରୁଖୁରରେ ତୁଲାଇଥିବା ବେଳେ କେଉଁ କାରଣରୁ ତରବର ଭାବେ ଏ କାର୍ଯ୍ୟ ବି.ଆର.ସି.ସି. ଙ୍କୁ ନାମକୁ ମାତ୍ର ଢାଲ କରି ପରିଡ଼ା ବାବୁ କରି ଚାଲିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ଶୁଣାଯାଏ  ଏହି କାର୍ଯ୍ୟପାଇଁ ଯଥେଷ୍ଟ ଅନିୟମିତତାର ସମ୍ଭାବନା ରହିଛି। କିନ୍ତୁ ସଂପୃକ୍ତ ଅଫିସରେ ନିଜେ ଏ.ବି.ଇ.ଓ. ଏଷ୍ଟାବ୍ଳଲିସମେଣ୍ଟ ଓ ସଂପୃକ୍ତ କମ୍ପ୍ୟୁଟର କର୍ମଚାରୀ ଉପସ୍ଥିତ ଥାଇ ସୁଦ୍ଧା  ସେମାନଙ୍କୁ ଅଣଦେଖା କରାଯାଇ ଏହି କାର୍ଯ୍ୟ ସମ୍ପନ୍ନ ହେଉଛି ତାହା ପ୍ରଶ୍ନବାଚୀ ଏବଂ ସଂଶୟ ସୃଷ୍ଟି କରିଛି। ଏ ଦିଗରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ହସ୍ତକ୍ଷେପ ତୁରନ୍ତ ଆବଶ୍ୟକ। ଜିଲ୍ଲାର ଅଧିକାଂଶ ବେସରକାରୀ ବିଦ୍ୟାଳୟ ପ୍ରାୟ ଜଗତସିଂହପୁର ପୌରାଞ୍ଚଳରେ ଅବସ୍ଥିତ। ତେଣୁ ଏହି କାର୍ଯ୍ୟରେ ପୌରାଞ୍ଚଳର   ସି. ଆର.ସି.ସି. ପରିଡ଼ା ବାବୁ ସଂଶ୍ଲିଷ୍ଟ ରହିବା ଘଟଣା ଆଦୌ ଗ୍ରହଣୀୟ ନୁହେଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking