31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶପଞ୍ଜାବୀ ଅଭିନେତା ଦୀପ୍ ସିଦ୍ଧୁ ଗିରଫ

ପଞ୍ଜାବୀ ଅଭିନେତା ଦୀପ୍ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ: ଲାଲ କିଲ୍ଲା ହିଂସା ମାମଲାରେ ପଂଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କୁ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଂଚ ଗିରଫ କରିଛି । ତେବେ ଆଜି ହିଁ ଦିଲ୍ଲୀର ତୀସ ହଜାରୀ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ । ଆପଣଙ୍କୁ କହିରଖୁଛୁ, ଫେବୃୟାରୀ ୯ରେ ଦୀପ ସିଦ୍ଧୁଙ୍କୁ ଗିରଫ କରାଯାଇଥିଲା । ତାଙ୍କ ଉପରେ ଆନ୍ଦୋଳନକାରୀଙ୍କୁ ଉସୁକାଇବା ସମେତ ଅନ୍ୟ ଅଭିଯୋଗ ରହିଥିଲା । ଆଜି ଦିଲ୍ଲୀର ଜାରି କୋର୍ଟ ତାଙ୍କୁ ୩୦ ହଜାର ଟଙ୍କା ବ୍ୟକ୍ତିଗତ ବଣ୍ଡ ବଦଳରେ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ଜାମିନ ସହିତ ସର୍ତ୍ତ ବି ରଖିଛନ୍ତି । ସେହି ହିସାବରେ ସିଦ୍ଧୁଙ୍କୁ ଥାନାକୁ ଯିବାକୁ ପଡିବ , ନିଜ ପାସପୋର୍ଟ ଦେବାକୁ ପଡିବ । ଫୋନ ନମ୍ବର ବଦଳାଇବେ ନାହିଁ ଓ ହିଂସାର ଥିବା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବେନି । ମାତ୍ର ଜାମିନର କିଛି ଘଣ୍ଟା ପରେ ସିଦ୍ଧୁଙ୍କୁ ପୁଣି ଗିରଫ କରାଯାଇଛି ।
ଗଣତନ୍ତ୍ର ଦିବସ ଦିନ ରାଜଧାନୀ ଦିଲ୍ଲୀରେ କୃଷକମାନେ ଟ୍ରାକ୍ଟର ରାଲି କରୁଥିଲେ । ପରେ କୃଷକ ଓ ପୁଲିସକର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ହୋଇଥିଲା । ଏହାରି ମଧ୍ୟରେ କିଛି ଆନ୍ଦୋଳନକାରୀ ଟ୍ରାକ୍ଟର ସହ ଲାଲ କିଲ୍ଲାରେ ପହଂଚିଥିଲେ । ସେମାନଙ୍କ ମଧ୍ୟରୁ କିଛି ଭିତରକୁ ଯାଇଥିଲେ । ଆଉ କିଛି ପତାକା ଦେଖାଇଥିଲେ । ଏହି ହିଂସାରେ ପ୍ରାୟ ୫ ଶହ ପୁଲସି କର୍ମୀ ଆହତ ହୋଇଥିଲେ ଓ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିଲା ।
୮ ଏପ୍ରିଲରେ ହୋଇଥିବା ପୂର୍ବ ଶୁଣାଣୀରେ ଦୀପ ସିଦ୍ଧୁ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ ଏବଂ ଏହି ମାମଲାରେ ଜାମିନ ପାଇଁ ଗୁହାରି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking