26.1 C
Bhubaneswar
Friday, March 29, 2024
Homeଖେଳମୁମ୍ବାଇ ସାମ୍ନାରେ କ’ଣ କରିବ ସନରାଇଜର୍ସ ହାଇଦ୍ରାବାଦ

ମୁମ୍ବାଇ ସାମ୍ନାରେ କ’ଣ କରିବ ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ: ଆଇପିଏଲର ୧୪ତମ ସିଜିନର ୯ମ ମ୍ୟାଚରେ ଶନିବାର ଚେନ୍ନାଇରେ ମୁମ୍ବାଇ ଇଣ୍ଡିଆନ୍ସର ସାମ୍ନା ସନରାଇଜର୍ସ ହାଇଦ୍ରାବାଦ ସହ ହେବ । ସନରାଇଜର୍ସର ଟିମ୍ ମଜଭୂତ ମୁମ୍ବାଇ ବିପକ୍ଷରେ ସଠିକ୍ ସଂଯୋଜନ ସହିତ ମଇଦାନକୁ ଓହ୍ଲାଇବାକୁ ଚେଷ୍ଟା କରିବ । ଯାହାଦ୍ୱାରା ଲଗାତର ଦୁଇଟି ପରାଜୟ ପରେ ବିଜୟ ଲାଭ କରି ଖାତା ଖୋଲିପାରିବ । ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି ମୁକାବିଲା ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ ।
ଡେଭିଡ ୱାର୍ଣ୍ଣରଙ୍କ ପରିଚାଳନାରତ ସନରାଇଜର୍ସ ଟିମକୁ ଚେନ୍ନାଇ ପିଚ୍ ଉତ୍ତମ ଲାଗୁନଥିବା ବେଳେ ଦଳ ୧୫୦ ରନରୁ ବି କମ ଲକ୍ଷ୍ୟକୁ ହାସଲ କରିବାରେ ବିଫଳ ରହିଛି । ପ୍ରଥମ ଦୁଇ ମ୍ୟାଚରେ ଟିମକୁ ଲକ୍ଷ୍ୟ ପୂରଣ କରିବାରେ ସମସ୍ୟା ହୋଇଥିଲା ।

ଆଇପିଏଲ ରେକର୍ଡ କଥା ଯଦି କହିବା, ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏପର୍ଯ୍ୟନ୍ତ ୧୬ଟି ମୁକାବିଲା ହୋଇଛି । ଦି ଦଳ ୮-୮ ମ୍ୟାଚ ଜିତିଛନ୍ତି । ଗତ ୫ ମ୍ୟାଚରେ ମୁମ୍ବାଇର ପଲା ବାରି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking