32.1 C
Bhubaneswar
Friday, April 26, 2024
Homeଓଡିଶାତିର୍ତ୍ତୋଲ ବିଜେଡିରେ ଗୋଷ୍ଟିକନ୍ଦଳ , ଚୂଡାନ୍ତ ହୋଇପାରୁନି ପ୍ରାର୍ଥୀ

ତିର୍ତ୍ତୋଲ ବିଜେଡିରେ ଗୋଷ୍ଟିକନ୍ଦଳ , ଚୂଡାନ୍ତ ହୋଇପାରୁନି ପ୍ରାର୍ଥୀ

ଜଗତସିଂହପୁର:(ପ୍ରତାପ କୁମାର ସିଂହ): ତିର୍ତୋଲ ବିଧାନସଭା ଲାଗି ଉପ-ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ଚୟନ ନେଇ ସେତିକି ଉଷ୍ମତା ବୃଦ୍ଧି ପାଉଛି । ଇତି ମଧ୍ୟ କଂଗ୍ରେସ ଓ ବିଜେପି ନିଜର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶେଷ କରି ମୈଦାନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିସାରିଛି । ହେଲେ ଶାସକ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ପ୍ରାର୍ଥୀ ଚୟନ ନେଇ ଦଳରେ ମାନସ ମନ୍ଥନ ଚାଲିଛି । ତେବେ ଉପ-ନିର୍ବାଚନରେ ଦଳ ନୂଆ ମୁହଁଙ୍କୁ ପ୍ରାର୍ଥୀ କରିବାକୁ ଏକ ପ୍ରକାର ମନସ୍ଥ କରିଛି ।
ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନରେ ଥିବାରୁ ତିର୍ତୋଲ ଉପ-ନିର୍ବାଚନକୁ ସେତେଟା ଗମ୍ଭିରତାର ସହ ନେଉନାହିଁ । ତଥାପି ଦଳ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ପ୍ରାର୍ଥୀ କରି ସଂଘର୍ଷ କରିବାକୁ ଚେଷ୍ଠା କରିବ ବୋଲି ଦଳର ଜଣେ ତୁଙ୍ଗ ନେତା କହିଛନ୍ତି । ତାଙ୍କ କହିବାନୁସାରେ, ତିର୍ତୋଲ ଆସନ୍ତ ଚିରଞ୍ଜିବ ଓ ରଞ୍ଜିବ ବିଶ୍ୱାଳଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଦଳ ସେଠାରେ ଫାଇଟ କରିବ, ଏପରିକି ଶାସକ ଦଳକୁ ଚକମା ଦେବାରେ ମଧ୍ୟ ସଫଳ ହେବ ବୋଲି ଆଶା କରାଯାଉଛି ।
ସେହିପରି ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ଥିବା ବିଜେପି ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି । କେନ୍ଦ୍ରରେ ସରକାର ଥିବାରୁ ବିଜେପି ଲୋକଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଠା କରିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢଙ୍ଗୀ, ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଭାବମୂର୍ତିକୁ ପାଥେୟ କରି ଦଳ ବାଜିମାତ କରିବାକୁ ଆପ୍ରାଣ ଉଦ୍ୟମ କରିବ ।
ତେବେ ବିଜେଡି ହାତରେ ଥିବା ଏହି ଆସନକୁ ହାତଛଡା ନକରିବାକୁ ଦଳ ସେଠାରେ ନୂଆ ମୁହଁ ଦେବାକୁ ଚିନ୍ତା କରୁଛି । ତେବେ ସେ ନୂଆମୁହଁ କିଏ, ତାହା ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ, ଏହି ଦୌଡରେ ପରଲୋକଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ, ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା, ଅବସରପ୍ରାପ୍ତ ଯନ୍ତ୍ରୀ ଅର୍ଜ୍ଜୁନ ଚରଣ ବେହେରାଙ୍କ ସମେତ ୧୦ରୁ ଅଧିକ ଆଶାୟୀ ରହିଛନ୍ତି । ହେଲେ ତୃଣମୂଳସ୍ତରରୁ ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ କରିବାକୁ ଦଳରେ ଦାବି ଜୋରଧରିଛି । ଏପରିକି ଦଳର ତୁଙ୍ଗ ନେତାମାନେ ମଧ୍ୟ ବିଜୟଙ୍କ ନାଁରେ ସମ୍ମତି ପ୍ରକାଶ କରିଥିବା ବିଶେଷ ସୁତ୍ରରୁ ଜଣାପଡିଛି ।
ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ କରି ଦଳ ବିପୁଳ ବ୍ୟବଧାନରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି । କାରଣ ବିଜୟଙ୍କୁ ଦଳୀୟ ଭୋଟ ସହ ବିଷ୍ଣୁ ଦାସଙ୍କ ପୁଅ ହିସାବରେ ଅନୁକମ୍ପା ଭୋଟ ମିଳିବା ସମ୍ଭାବନା ଅଧିକ ରହିଛି । ଯାହା ଦଳ ପାଇଁ ଅଧିକ ଲାଭବାନ ହେବ । ଅନ୍ୟ ନୂଆଁ ମୁହଁ ପାଇଁ ଏଭଳି ଫାଇଦା ମିଳିବ ନାହିଁ । ତେବେ ଶେଷ ପର୍ଯ୍ୟାୟରେ ୩ଟି ନାଁକୁ ନେଇ ଦଳରେ ଅଙ୍କକଷା ଚାଲିଥିବା ବେଳେ କାହାକୁ ଦଳ ଟିକେଟ ଦେବ, ତାହା ଉପରେ ସମସ୍ତର ନଜର ରହିଛି । ତେବେ ସେ ଯାହା ହେଉ, ତିର୍ତୋଲ ଉପ-ନିର୍ବାଚନ ସଂଘର୍ଷପୂର୍ଣ୍ଣ ହେବା ଏକ ପ୍ରକାର ନିଶ୍ଚିତ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking