28.1 C
Bhubaneswar
Saturday, April 27, 2024
Homeଓଡିଶାଜଗତସିଂହପୁର ସୋମନାଥ ହାଟ ଓ କୁଜଙ୍ଗ ହାଟ ବନ୍ଦ ରହିବ ଓ ଟେଲିମେଡିସିନ ବ୍ୟବସ୍ଥା ଚାଲୁ

ଜଗତସିଂହପୁର ସୋମନାଥ ହାଟ ଓ କୁଜଙ୍ଗ ହାଟ ବନ୍ଦ ରହିବ ଓ ଟେଲିମେଡିସିନ ବ୍ୟବସ୍ଥା ଚାଲୁ

 
ଜଗତସିଂହପୁର:(ପ୍ରତାପ କୁମାର ସିଂହ)କରୋନା ଭୂତାଣୁର ଦ୍ରୁତ ସଂକ୍ରମଣକୁ ଆଖି ଆଗରେ ରଖି ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ସଂଗରୋଧର ଅତ୍ୟାବଶ୍ୟକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜଗତସିଂହପୁର ସୋମନାଥ ହାଟ ଓ କୁଜଙ୍ଗ ହାଟକୁ ତାଲା ବନ୍ଦ ପର୍ଯ୍ୟନ୍ତ ସମ୍ପୂର୍ଣ ବନ୍ଦ ରଖିବା ପାଇଁ ନିର୍ଦେଶ କରିଛନ୍ତି। ଏହି ସାପ୍ତାହିକ ହାଟ ଗୁଡିକ ସପ୍ତାହକୁ ଗୋଟିଏ ଦିନ ଖୋଲା ରହୁଥିଲା କିନ୍ତୁ ସମ୍ପୃକ୍ତ ହାଟ ଗୁଡିକରେ ବହୁ ଜନ ସମାଗମ ହେଉଥିବାରୁ କରୋନା ପ୍ରତିରୋଧ ନିମନ୍ତେ ଜନସାଧାରଣଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ହାଟ ଗୁଡିକ ସମ୍ପୃଣ ବନ୍ଦ କରିଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଟେଲି ମେଡ଼ିସିନ ବ୍ୟବସ୍ଥା କରାଯାଇଛି। ଏଣିକି ଡାକ୍ତରଖାନାକୁ ନ ଆସି ଘରେ ରହି ନିଜ ନିଜର ରୋଗର ସମସ୍ୟା ସଂକ୍ରାନ୍ତରେ ହ୍ଵାଟ୍ସଆପ ଭଏସ କଲ,ହ୍ଵାଟ୍ସଆପ ଭିଡିଓ କଲ କିମ୍ବା ଭଏସ କଲ ମାଧ୍ୟମରେ ଡାକ୍ତରୀ ପରାମର୍ଶ ପାଇପାରିବେ । ଏହି ପରାମର୍ଶ ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ସକାଳ ୮ଟା ଠାରୁ ମଧ୍ୟାନ ୧୨ ଟା ପର୍ଯ୍ୟନ୍ତ ନେଇପାରିବେ। ଭେଷଜ ବା ଜେନେରାଲ ମେଡ଼ିସିନ ସଂକ୍ରାନ୍ତୀୟ ପରାମର୍ଶ ପାଇଁ ଡାକ୍ତର ଧରଣୀଧର ସେନାପତିଙ୍କୁ ୯୪୩୭୯୩୫୧୬୬,ଚକ୍ଷୁ ସମସ୍ୟା ନିମନ୍ତେ ଡାକ୍ତର ଅଶୋକ କୁମାର ମିଶ୍ରଙ୍କୁ ୯୪୩୭୩୩୪୪୬୦,ପ୍ରସୂତି ଓ ସ୍ତ୍ରୀ ରୋଗ ସମସ୍ୟା ନିମନ୍ତେ ଡାକ୍ତର ଋକ୍ମୁଣି ଦେବୀଙ୍କୁ ୯୪୩୭୨୨୮୦୨୮,ଶିଶୁ ରୋଗ ସମସ୍ୟା ନିମନ୍ତେ ଡାକ୍ତର ଛାୟାକାନ୍ତ ଗୌଡ଼ଙ୍କୁ ୯୪୩୭୧୬୦୬୫୨,ଚର୍ମରୋଗ ସମସ୍ୟା ନିମନ୍ତେ ଡାକ୍ତର ରଞ୍ଜନ କୁମାର ପଟ୍ଟନାୟକଙ୍କୁ ୭୦୦୮୫୬୫୯୪୪, କର୍ଣ୍ଣ,ନାସା,ଗଳା ରୋଗ ନିମନ୍ତେ ଡାକ୍ତର ସିମନ୍ତିନି ରାଉତଙ୍କୁ ୯୯୩୮୯୧୩୦୫୫, ଅସ୍ତି ଶଲ୍ୟ ନିମନ୍ତେ ଡାକ୍ତର ସତ୍ୟବ୍ରତ ଭୂୟାଁଙ୍କୁ ୯୪୩୭୧୪୫୬୭୯ ଓ ଦାନ୍ତ ରୋଗ ନିମନ୍ତେ ଡାକ୍ତର ନୀଳାଦ୍ରି ପଣ୍ଡାଙ୍କୁ ମୋବାଇଲ ନମ୍ବର ୭୯୭୮୧୩୮୪୬୦ ରେ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking