28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶସୁରଟ ରେ ଆଗେଇ ଚାଲିଚି ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ

ସୁରଟ ରେ ଆଗେଇ ଚାଲିଚି ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ: ସୁରାଟ ସହରରେ ଓଡ଼ିଶାର ବହୁ କୁଶଳୀ ଓ ଅନକୁଶଳୀ ଶ୍ରମିକ ବିଭିନ୍ନ ଫ୍ୟାକ୍ଟେରୀରେ କାର୍ଯ୍ୟ କରିବା ସହ ବିଭିନ୍ନ ବ୍ୟବସାୟ କରି ପ୍ରରିବାର ପ୍ରତିପୋଷଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ପ୍ରବାସୀ ଓଡ଼ିଆ ସୁରାଟରେ ଘରଦ୍ୱାର କରି ସ୍ଥାୟୀ ଭାବେ ବସବାସ କରି ରହିଗଲେଣି। ସୁରାଟ ମହାନଗରରେ ପ୍ରାୟ ୧୦ ଲକ୍ଷ ପ୍ରବାସୀ ଓଡ଼ିଆ ରହିଥିବା ଜଣାପଡ଼ିଛି। ସୁରାଟରେ ରହୁଥିବା ପ୍ରବାସୀ ଓଡିଆମାନେ ସେଠାରେ ଓଡ଼ିଆ ସଂସ୍କୃତିକୁ ବଜାୟ ରଖିଛନ୍ତି। ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ସୁରାଟର ସଚିନ ଅଞ୍ଚଳରେ ପ୍ରତିଷ୍ଠା ହୋଇଛି ଶ୍ରୀ ଜଗନ୍ନାଥ ମନ୍ଦିର। ପ୍ରଥମେ ଏକ ଛୋଟିଆ ଗୃହରେ ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଉଥିବା ବେଳେ ପ୍ରତିବର୍ଷର ରଥଯାତ୍ରାରେ ସଚିନ ନିକଟବର୍ତ୍ତୀ ୫୦ ରୁ ଉର୍ଦ୍ଧ୍ବ ଗ୍ରାମର ଲୋକମାନେ ଯୋଗଦେଇ କଳାଠାକୁରଙ୍କୁ ଦର୍ଶନ କରିଥାନ୍ତି। ବର୍ତ୍ତମାନ ସଚିନ ଅଞ୍ଚଳର ସେହି ସ୍ଥାନରେ ପୁରୀ ମନ୍ଦିର ଢାଞ୍ଚାରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ଚାଲିଛି ନୂତନ ଜଗନ୍ନାଥ ମନ୍ଦିର। ୨୫ ଜଣ ବ୍ୟକ୍ତିଙ୍କୁ ନେଇ ଗଠନ ହୋଇଛି ଶ୍ରୀ ଶ୍ରୀ ଜଗନ୍ନାଥ ସେବା ଟ୍ରଷ୍ଟ । ଶ୍ରୀରାମ ଙ୍କ ସେତୁବନ୍ଧ ନିର୍ମାଣରେ ଗୁଣ୍ଡିଚା ମୂଷା ଠାରୁ ଆରମ୍ଭ କରି ବୀର ହନୁମାନ ପର୍ଯ୍ୟନ୍ତ ଯେପରି ସମସ୍ତେ ନିଜ ସାମର୍ଥ୍ୟ ଅନୁଯାଇ ନିର୍ମାଣ କାର୍ଯ୍ୟରେ ଲାଗିଥିଲେ, ସଚିନ ଅଞ୍ଚଳରେ ମଧ୍ୟ ସେହିପରି ସାଧାରଣ ସଭ୍ୟ ଠାରୁ ଆରମ୍ଭ କରି ସଭାପତି ପର୍ଯ୍ୟନ୍ତ ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ପାଇଁ ନିଜ ସାମର୍ଥ୍ୟ ଅନୁସାରେ ସହଯୋଗ କରୁଥିବା ପ୍ରକାଶ କରିଛନ୍ତି ସେହି ଅଞ୍ଚଳର ବିଶିଷ୍ଟ ପ୍ରବାସୀ ଓଡ଼ିଆ ବ୍ୟକ୍ତି ଲକ୍ଷ୍ମଣ ନାୟକ। ସମସ୍ତ ପ୍ରବାସୀ ଓଡ଼ିଆଙ୍କ ଅର୍ଥରେ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking