28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶକାବୁଲ ଏୟାରପୋର୍ଟରେ ଆକ୍ରମଣ କରିପାରେ ଆଇଏସ୍‌ଆଇଏସ୍ , ସୁରକ୍ଷା ଏଜେନ୍ସି ତରଫରୁ ସତର୍କ ସୂଚନା ଜାରୀ

କାବୁଲ ଏୟାରପୋର୍ଟରେ ଆକ୍ରମଣ କରିପାରେ ଆଇଏସ୍‌ଆଇଏସ୍ , ସୁରକ୍ଷା ଏଜେନ୍ସି ତରଫରୁ ସତର୍କ ସୂଚନା ଜାରୀ

କାବୁଲ: କାବୁଲର ଅନ୍ତରାଷ୍ଟ୍ରିୟ ଏୟାରପୋର୍ଟରେ ଆତଙ୍କି ସଂଗଠନ ଆଇଏସ୍ଆଇଏସ୍‌ର ଆକ୍ରମଣ କରିବା ଆଶଙ୍କା ରଖି ଆମେରିକା ତାର ନାଗରିକଙ୍କ ପାଇଁ ପରାମର୍ଶ ଜାରୀ କରିଛି । କାବୁଲ ଏୟାରପୋର୍ଟଠାରୁ ଦୁରରେ ଅଛି ଆଇଏସ୍‌ଆଇଏସ୍ । କିନ୍ତୁ ପରବର୍ତ୍ତୀ ସମୟରେ କାବୁଲ ଏୟାରପୋର୍ଟ ଉପରେ ଆକ୍ରମଣ କରିପାରେ ବୋଲି ଆମେରିକା ଆଶଙ୍କା ପ୍ରକାଶ କରିଛି ।

ସୂଚନାନୁସାରେ, ଆମେରିକା ଏକ ଲକ୍ଷ୍ୟ ସ୍ଥିର କରିଛି ଯେ ଅଗଷ୍ଟ ୩୧ ସୁଦ୍ଧା ଏହାର ସମସ୍ତ ନାଗରିକଙ୍କୁ ଆଫଗାନିସ୍ତାନରୁ ବାହାର କରିବ । କାବୁଲ ବିମାନବନ୍ଦର ବର୍ତ୍ତମାନ ଆମେରିକାର ସେନାର ସୁରକ୍ଷା ଅଧୀନରେ ଅଛି । ପରାମର୍ଶଦାତା କହିଛନ୍ତି ଯେ, କେବଳ ସେହି ଲୋକମାନେ କାବୁଲ ବିମାନବନ୍ଦରକୁ ଆସିବା ଉଚିତ ଯାହାକୁ ବ୍ୟକ୍ତିଗତ ଭାବେ ଆମେରିକା ସରକାରଙ୍କ ପ୍ରତିନିଧୀ କହିଛନ୍ତି । ଆମେରିକାର ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, ଆଫଗାନିସ୍ତାନରେ ଖରାପ ଅବସ୍ଥାକୁ ସେମାନେ ନିରନ୍ତର ନଜର ରଖିଛନ୍ତି ଏବଂ ଅନ୍ୟ ଉପାୟ ଖୋଜୁଛନ୍ତି ।

ଆଇଏସଆଇଏସର ସମ୍ଭାବ୍ୟ ଆକ୍ରମଣ ବିଷୟରେ ଆମେରିକାରୁ ଅଧିକ ସୂଚନା ଦିଆଯାଇ ନାହିଁ । ତେବେ କାବୁଲରେ ଆକ୍ରମଣ ପାଇଁ ଆଇଏସଆଇଏସ ପକ୍ଷରୁ ଜନସାଧାରଣଙ୍କ ନିକଟରେ କୌଣସି ବିପଦ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking