35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଲା ଗଣେଶନ ହେଲେ ମଣିପୁର ରାଜ୍ୟପାଳ

ଲା ଗଣେଶନ ହେଲେ ମଣିପୁର ରାଜ୍ୟପାଳ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାମିଲନାଡୁର ବିଜେପି ନେତା ଲା ଗଣେଶନଙ୍କୁ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଲା ଗଣେଶନ ବିଜେପିର ଜଣେ ବରିଷ୍ଠ ନେତା ଭାବେ ବେସ୍ ଜଣାଶୁଣା । ସେ ଏହା ପୂର୍ବରୁ ରାଜ୍ୟସଭା ସାଂସଦ ଥିଲେ । ସେ ତାମିଲନାଡୁ ବିଜେପିର ଅଧ୍ୟକ୍ଷ ଭାବେ ବି କାର୍ଯ୍ୟ କରିଛନ୍ତି । ଏହାସହ ସେ ବିଜେପିର ବିଭିନ୍ନ ପଦ ପଦବୀରେ ରହିସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ବି କିଛି ରାଜ୍ୟର ରାଜ୍ୟପାଳ ବଦଳିଥିଲେ ।

ଲା ଗଣେଶନଙ୍କୁ ମଣିପୁରର ୧୭ ତମ ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି । ଚଳିତ ମାସ ନଜମା ହେପତୁଲ୍ଲାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦ ଖାଲି ପଡିଥିଲା । ହେପତୁଲ୍ଲା ଅଗଷ୍ଟ ୧୦ ତାରିଖରେ ପଦ ଛାଡିଥିଲେ | ସେହିଦିନ ସିକ୍କିମର ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କୁ ମଣିପୁର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking