24.1 C
Bhubaneswar
Thursday, May 9, 2024
Homeଆଇପିଏଲ୍ -2022ପଞ୍ଜାବକୁ ୫ ୱିକେଟରେ ପରାସ୍ତ କଲା କୋଲକାତା

ପଞ୍ଜାବକୁ ୫ ୱିକେଟରେ ପରାସ୍ତ କଲା କୋଲକାତା

ଅହମ୍ମଦାବାଦ : ଚଳିତ ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣରେ ସୋମବାର ୨୧ତମ ମ୍ୟାଚ୍ ଖେଳାଯାଇଛି । ଏଥିରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ପ୍ରତିପକ୍ଷ ପଞ୍ଜାବ କିଙ୍ଗ୍‌ସକୁ ୬ ୱିକେଟରେ ପରାସ୍ତ କରି ପ୍ରତିଯୋଗିତାରେ ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ କରିଛି । ଏହା ପୂର୍ବରୁ ଦଳ କ୍ରମାଗତ ଭାବେ ୪ଟି ମ୍ୟାଚ୍‌ରେ ପରାସ୍ତ ହେବା ଫଳରେ ଅଧିନାୟକ ଇଅନ୍ ମୋର୍ଗାନ୍‌ଙ୍କ ଉପରେ ଚାପ ବଢ଼ିଯାଇଥିଲା । ତେବେ ତାଙ୍କ ଦଳର ଖେଳାଳିମାନେ ସୋମବାର କିଙ୍ଗ୍‌ସ ବିପକ୍ଷରେ ଉନ୍ନତ ପ୍ରଦର୍ଶନ କରି ଦଳକୁ ଦ୍ୱିତୀୟ ବିଜୟ ଦେଇଛନ୍ତି । ଅନ୍ୟପକ୍ଷରେ କିଙ୍ଗ୍‌ସ ଟିମ୍ ତା’ର ଚତୁର୍ଥ ପରାଜୟ ବରଣ କରିଛି । ୪ ପଏଣ୍ଟ୍ ସହ କେକେଆର୍ ଟେବଲର ପଞ୍ଚମ ସ୍ଥାନରେ ପହଞ୍ଚିଥିବା ବେଳେ କିଙ୍ଗ୍‌ସ ପଞ୍ଚମରୁ ଷଷ୍ଠକୁ ଖସିଆସିଛି । ପ୍ରଥମେ ବ୍ୟାଟିଂ ପାଇଥିବା କିଙ୍ଗ୍‌ସ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୨୩ ରନ୍ କରିଥିଲା । ପ୍ରତିପକ୍ଷ କେକେଆର୍ ବୋଲରମାନେ ମାପଚୁପ ବୋଲିଂ କରିବା ଫଳରେ କିଙ୍ଗ୍‌ସ ବ୍ୟାଟ୍ସମ୍ୟାନ୍‌ମାନେ ସହଜରେ ରନ୍ ସଂଗ୍ରହ କରିପାରି ନ ଥିଲେ । ଜବାବରେ କେକେଆର୍ ମାତ୍ର ୪ଟି ୱିକେଟ୍ ହରାଇବା ସହ ହାତରେ ୨୦ଟି ବଲ୍ ବାକି ଥିବା ବେଳେ ୧୨୬ ରନ୍ କରି ବିଜୟୀ ହୋଇଥିଲା ।

କିଙ୍ଗ୍‌ସ ପକ୍ଷରୁ ଦୁଇ ଓପନର ଅଧିନାୟକ ଲୋକେଶ ରାହୁଲ୍ ଓ ମୟଙ୍କ ଅଗରୱାଲ୍ ୩୬ ରନ୍ ଯୋଡ଼ିବା ପରେ ଦଳର ବ୍ୟାଟିଂ ବିପର୍ଯ୍ୟାୟ ଆରମ୍ଭ ହୋଇଯାଇଥିଲା । ରାହୁଲ୍ ୧୯ ରନ୍ କରି ଆଉଟ୍ ହେବା ପରେ ପରେ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ମାତ୍ର ଗୋଟିଏ ବଲ୍ ଖେଳି ଖାତା ଖୋଲିବା ପୂର୍ବରୁ ଶିବମ୍ ମାଭିଙ୍କ ବଲରେ କଟ୍ ବିହାଇଣ୍ଡ୍ ହୋଇ ପ୍ୟାଭିଲିଅନ୍ ଫେରିଥିଲେ । ପରେ ଦୀପକ ହୁଡ୍ଡା ମାତ୍ର ୧ ରନ୍ କରି ଗଲି ଅଞ୍ଚଳରେ ଅଧିନାୟକ ମୋର୍ଗାନଙ୍କୁ ଏକ କ୍ୟାଚ୍ ଦେଇ ତୃତୀୟ ବ୍ୟାଟସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ । ନିକୋଲାସ୍ ପୂରଣ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ମଧ୍ୟ ମୋଜେସ୍ ହେନରିକ୍ସ ମାତ୍ର ୨ ରନ୍‌ରେ ଆଉଟ୍ ହୋଇଥିଲେ । ଏହା ପୂର୍ବରୁ ଅ୍ୟତମ ଓପନର ମୟଙ୍କ ୩୪ ବଲରେ ଗୋଟିଏ ଚୌକା ଓ ୨ଟି ଛକା ସହ ସର୍ବାଧିକ ୩୧ ରନ୍ କରିଥିଲେ । ଶେଷ ଭାଗରେ କ୍ରିସ୍ ଜୋର୍ଡାନ୍ ୧୮ ବଲ୍ ଖେଳି ଗୋଟିଏ ଚୌକା ଓ ୩ଟି ଛକା ଜରିଆରେ ୩୦ ରନ୍ କରିବା ଫଳରେ ଦଳର ସମ୍ମାନ ରକ୍ଷା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶାହରୁଖ୍ ଖାନ୍ ଗୋଟିଏ ଛକା ମାଧ୍ୟମରେ ୧୩ ରନ୍ କରିଥିଲେ । ପ୍ରତିପକ୍ଷ କେକେଆର୍ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ସର୍ବାଧିକ ୩ଟି ଏବଂ ପ୍ୟାଟ୍ କମିନ୍ସ ଓ ସୁନୀଲ ନରିନ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଜବାବରେ କେକେଆର୍ ୧୭ ରନ୍‌ରେ ପହଞ୍ଚିବା ବେଳକୁ ଓପନର ଶୁବମାନ ଗିଲ୍‌, ନୀତୀଶ ରାଣା ଓ ସୁନୀଲ ନରିନ୍‌ଙ୍କ ୱିକେଟ୍ ହରାଇଥିଲା । କିନ୍ତୁ ରାହୁଲ୍ ତ୍ରିପାଠୀ ୩୨ ବଲରେ ୭ଟି ଚୌକା ସହ ୪୧ ରନ୍ କରିଥିବା ବେଳେ ଅଧିନାୟକ ମୋର୍ଗାନ୍ ୪୦ଟି ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ମାଧ୍ୟମରେ ଅପରାଜିତ ୪୭ ରନ୍ କରିଥିଲେ । ଏହାଛଡ଼ା ଆନ୍ଦ୍ରେ ରସେଲ୍ ୨ଟି ଚୌକା ସହ ୧୦ ଓ ଦିନେଶ କାତ୍ତିକ ୨ଟି ଚୌକା ସହ ୧୨ ରନ୍ କରି ଅପରାଜିତ ଥିଲେ । କିଙ୍ଗ୍‌ସ ପକ୍ଷରୁ ହେନରିକ୍ସ, ମହମ୍ମଦ ।ମୀ, ଅର୍ଶଦୀପ ସିଂ ଓ ଦୀପକ ହୁଡ୍ଡା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking