28.1 C
Bhubaneswar
Saturday, April 27, 2024
Homeଖେଳଆଜିଠାରୁ ଆଇପିଏଲ୍‍, ମୁମ୍ବାଇ ଇଣ୍ଡିଆନ୍ସ-ଚେନ୍ନାଇ ସୁପରକିଙ୍ଗସ୍‌ ଉଦ୍‌ଘାଟନୀ ମ୍ୟାଚ

ଆଜିଠାରୁ ଆଇପିଏଲ୍‍, ମୁମ୍ବାଇ ଇଣ୍ଡିଆନ୍ସ-ଚେନ୍ନାଇ ସୁପରକିଙ୍ଗସ୍‌ ଉଦ୍‌ଘାଟନୀ ମ୍ୟାଚ

ଆବୁଧାବି : ସମସ୍ତ କଳ୍ପନା ଜଳ୍ପନାର ଅନ୍ତଃ ହେବାକୁ ଯାଉଛି। ଆଜିଠାରୁ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ଖେଳାଯିବ। ୟୁଏଇର ୩ଟି ସହର ଦୁବାଇ, ଆବୁଧାବି ଓ ଶାରଜାରେ ଆସନ୍ତା ୫୩ ଦିନରେ ୬୦ଟି ମ୍ୟାଚ୍‍ ଖେଳାଯିବ। ୮ଟି ଫ୍ରାଞ୍ଚାଇଜି ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ। ଆଇପିଏଲ୍‍ ହେଉଛି ବିଶ୍ୱର ସବୁଠାରୁ ଧନଶାଳୀ ତଥା ଲୋକପ୍ରିୟ ୨୦-୨୦ କ୍ରିକେଟ୍‍ ଲିଗ୍‍। ବିଶ୍ୱର ୧୦ରୁ ଅଧିକ ଦେଶର ଖେଳାଳି ଏଥିରେ ଖେଳିବାକୁ ଯାଉଛନ୍ତି। ମରୁଭୂମିରେ ଘୂର୍ଣ୍ଣିଝଡ଼ ପରି ଆସନ୍ତା ୫୩ ଦିନରେ ଚୌକା ଓ ଛକାର ବର୍ଷା ଦେଖିବାକୁ ମିଳିବ। ସାରାବିଶ୍ୱ ମହାମାରୀ କରୋନା କବଳରେ ଥିବା ବେଳେ ବିଦେଶରେ ହେଉ ପଛେ; ଆଇପିଏଲ୍‍ ପରି ମେଗା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ବିସିସିିଆଇ ପାଇଁ ବହୁତ ବଡ଼ ଉପଲବ୍‍ଧି। ଆଇପିଏଲ୍‍ର ସଫଳ ଆୟୋଜନ ବିଶ୍ୱରେ ଅନ୍ୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ମାର୍ଗଦର୍ଶକ ହେବ ବୋଲି କୁହାଯାଉଛି।
କରୋନା ସଂକ୍ରମଣ ପରେ ଇଂଲଣ୍ଡ ମାଟିରେ ୩ଟି ଦେଶ ବିପକ୍ଷରେ ଇଂଲଣ୍ଡ ଖେଳିବା ପରେ ବଡ଼ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାରେ ୟୁଏଇ ୨ୟ ଦେଶ ହେବ। ଆଜି ଗତବର୍ଷର ଦୁଇ ଫାଇନାଲିଷ୍ଟ ମୁମ୍ବାଇ ଇଣ୍ଡିଆନ୍‍ସ ଓ ଚେନ୍ନାଇ ସୁପରକିଙ୍ଗ୍‍ସ ମଧ୍ୟରେ ଉଦ୍‍ଘାଟନୀ ମ୍ୟାଚ୍‍ ଖେଳାଯିବ। ଆଇପିଏଲ୍‍ ଇତିହାସରେ ଏ ଦୁହେଁ ଦୁଇ ସଫଳ ଦଳ। ମୁମ୍ବାଇ ସର୍ବାଧିକ ୪ ଥର ଆଇପିଏଲ୍‍ ଟ୍ରଫି ଜିତିଥିବା ଚେନ୍ନାଇ ୩ ଥର ଏହି ସମ୍ମାନଜନକ ଟ୍ରଫି ଜିତିଛି। ଆଇପିଏଲ୍‍ ଇତିହାସରେ ପ୍ରଥମଥର ପାଇଁ ସଂସ୍କରଣ କେବଳ ଟିଭି ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ହେବ। କରୋନା ସଂକ୍ରମଣ ଯୋଗୁଁ ଷ୍ଟାଡିୟମ୍‍କୁ ଦର୍ଶକଙ୍କୁ ଛଡ଼ାଯିବ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking