29.1 C
Bhubaneswar
Wednesday, April 24, 2024
Homeଓଡିଶାସୁକିନ୍ଦାରେ ସବୁଜ ସୁନ୍ଦର କରି ପ୍ରଦ୍ୟୁଷଣ ମୁକ୍ତ ଗଢିବା ପାଇଁ ପ୍ରୟାସ

ସୁକିନ୍ଦାରେ ସବୁଜ ସୁନ୍ଦର କରି ପ୍ରଦ୍ୟୁଷଣ ମୁକ୍ତ ଗଢିବା ପାଇଁ ପ୍ରୟାସ

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ଏକଦା ବନ ଜଙ୍ଗଲରେ ପରିପୂର୍ଣ ଥିଲା କାଠମାଫିଆ ଖଣି ଖନନ। କଳିଙ୍ଗନଗର ଶିଳ୍ପ ଅଞ୍ଚଳ ଯୋଗୁ ଜଙ୍ଗଲ ନଷ୍ଟ ହୋଇ ଯାଇ ଥିଲା ଖଣି ଖାଦାନ ଧୂଳି କାରଖାନାର ଧୁଆଁ ଯୋଗୁ ସମଗ୍ର ସୁକିନ୍ଦା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥିଲା ସୁକିନ୍ଦାବାସି ନାନା ରୋଗରେ ପୀଡିତ ହୋଇ ମୁତ୍ୟୁମୁଖ ପଡ଼ୁଛନ୍ତି । ପ୍ରଦ୍ୟୁଷଣ ବିଭାଗ ନିରବ ଦ୍ରଷ୍ଟା ସାଜିଛି ଏବେ ବିଧାୟକ ପ୍ରିତିରଞ୍ଜନ ଗଡ଼ାଇ ସୁକିନ୍ଦାକୁ ସବୁଜ ବନାନୀ କରିବା ପାଇଁ ଅଣ୍ଟା ବିଡ଼ିଛନ୍ତି । ସମଗ୍ର ସୁକିନ୍ଦାରେ ସବୁଜ ବିପ୍ଳବ ଚାଲିଛି ।
କେବଳ ପରିବେଶ ନୁହେଁ, ପ୍ରାଣୀ ଜଗତ ପାଇଁ ବୃକ୍ଷ ଅପରିହାର୍ଯ୍ୟ । ବିଶେଷ କରି ଶିଳ୍ପାୟନର ଅଗ୍ରଗତି ସମୟରେ ନୂଆ ଜଙ୍ଗଲ ସୃଷ୍ଟି ହେବା ଜରୁରୀ। ସେଥିପାଇଁ ଦାନଗଦି ବ୍ଲକ ଟମକାର ପାଟବାଲିରେ ଚାରା ରୋପଣ ହୋଇଛି। ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ନେତୃତ୍ୱରେ ସାମାଜିକ ଦୂରତା ରକ୍ଷା କରି ଲୋକମାନେ ପ୍ରାୟ 5ହଜାର ଚାରା ଲଗାଇଛନ୍ତି। ଚାରା କିପରି ବଡ଼ ବୃକ୍ଷ ହୋଇପାରିବ,ସେଥିପାଇଁ ବନ ସୁରକ୍ଷା ସମିତି ଦାୟିତ୍ୱ ନେଇଛି। ଏ ସୁକିନ୍ଦା ନିଵାଚନମଣ୍ଡଳୀରେ ନୂତନ ଜଙ୍ଗଲ ସୃଷ୍ଟି କରାଯାଇଛି । ଏହି ବନୀକରଣ କାର୍ଯ୍ୟକ୍ରମରେ ଶତାଧିକ ଲୋକମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking