32.1 C
Bhubaneswar
Thursday, May 9, 2024
Homeଆଇପିଏଲ୍ ନିଲାମ-୨୦୨୪ଆଇପିଏଲ ୨୦୨୪ : ପ୍ରଥମ ଥର ପାଇଁ ବିଦେଶରେ ହେବ ଆଇପିଏଲ ନିଲାମୀ,ତାରିଖ ଘୋଷଣା କଲା...

ଆଇପିଏଲ ୨୦୨୪ : ପ୍ରଥମ ଥର ପାଇଁ ବିଦେଶରେ ହେବ ଆଇପିଏଲ ନିଲାମୀ,ତାରିଖ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ : ଆଇପିଏଲ ୨୦୨୪ ପାଇଁ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ଆଉ ଏଥିପାଇଁ ଆସନ୍ତା ୧୯ ତାରିଖରେ ଖେଳାଳିଙ୍କ ନିଲାମୀ ହେବ । ତେବେ ନିଲାମୀ କେବେ ଏବଂ କେଉଁଠି ହେବ, ତାହା ଘୋଷଣା ହୋଇଛି । ଆଇପିଏଲ ନିଲାମୀରେ ୧୦ଟି ଟିମ୍‌ ଭାଗ ନେବ। ବିସିସିଆଇ ଆଇପିଏଲ୍‌ ନିଲାମୀ ତାରିଖ ଏବଂ ସ୍ଥାନ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ବିସିସିଆଇ କହିଛି, ଆଇପିଏଲ ନିଲାମ କାର୍ଯ୍ୟକ୍ରମ ଦୁବାଇରେ ହେବ । ଡିସେମ୍ବର ୧୯ ତାରିଖରେ ନିଲାମୀ ହେବ । ପ୍ରଥମ ଥର ପାଇଁ ବିଦେଶରେ ଆଇପିଏଲ ନିଲାମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଖବର ମୁତାବକ, ଆଇପିଏଲ ୨୦୨୪ ପାଇଁ ହେବାକୁ ଥିବା ନିଲାମୀରେ ପାଖାପାଖି ୧୧୬୬ ଖେଳାଳି ନିଜ ନାମ ଦେଇଛନ୍ତି । ନିଲାମ ପାଇଁ ୮୩୦ ଭାରତୀୟ ଖେଳାଳି ଏବଂ ୩୩୬ ବିଦେଶ ଖେଳାଳି ରହିଛନ୍ତି । ଏମାନଙ୍କ ମଧ୍ୟରୁ ୨୧୨ ଖେଳାଳି ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିସାରିଛନ୍ତି । ୪୫ ଖେଳାଳି ଆସୋସିଏଟ ଦେଶ ସହିତ ରହିଛନ୍ତି । ତେବେ ଆଇପିଏଲ ଟିମ୍‌ ସ୍ଥିତି ଦେଖି ୭୦ ଖେଳାଳିଙ୍କୁ ଚୟନ କରାଯିବ ବୋଲି ସୂଚନା ରହିଛି । ଏମାନଙ୍କ ମଧ୍ୟରେ ୩୦ ଜଣ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking