30.1 C
Bhubaneswar
Sunday, May 5, 2024
Homeକରୋନାଆଇପିଏଲ-୧୪ର ବାକି ଥିବା ମ୍ୟାଚ କେବେଠୁ ଆରମ୍ଭ ହେବ

ଆଇପିଏଲ-୧୪ର ବାକି ଥିବା ମ୍ୟାଚ କେବେଠୁ ଆରମ୍ଭ ହେବ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ ର ୧୪ ତମ ସିଜିନରେ ବ୍ରେକ ଲାଗିଛି । ଦୁନିଆର ସବୁଠୁ ପ୍ରସିଦ୍ଧ ଟି ୨୦ ଲିଗ ର ୧୪ ତମ ସଂସ୍କରଣର ୩୧ ମ୍ୟାଚ ଖେଳାଯିବାକୁ ବାକି ରହିଛି । ତେବେ ଏହି ମ୍ୟାଚ କେବେ ଖେଳାଯିବ, ବିସିସିଅ୍ଧବ ଏହା ଉପରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ରିପୋର୍ଟ ମୁତାବକ, ୨୯ ମେ ରେ ବିସିସିଆଇର ହେବାକୁ ଥିବା ବୈଠକରେ ଆଇପିଏଲ-୧୪ କୁ ପୁଣି ଥରେ ଆରମ୍ଭ କରିବା ନେଇ ଘୋଷଣା କରାଯାଇପାରେ । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଆଇପିଏଲର ୧୪ ତମ ସିଜିନ ୧୯-୨୦ ସେପ୍ଟେମ୍ବରରୁ ପୁଣି ଥରେ ଆରମ୍ଭ ହୋଇପାରେ ।  ବାକି ଥିବା ୩୧ ମ୍ୟାଚର ଆୟୋଜନ ୟୁଏଇ ରେ ହେବା ନେଇ ସମ୍ଭାବନା ରହିଛି । ଭିନ୍ନ ଭିନ୍ନ ଦେଶର କ୍ରିକେଟ ବୋର୍ଡ ଓ ଆଇପିଏଲର ଫ୍ରାଂଚାଇଜ ଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ଅଧିକାରୀ ଙ୍କ କହିବାନୁସାରେ, ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ୧୦ ଅକ୍ଟୋବରରେ ଖେଳାଯାଇପାରେ । ବାକି ଥିବା ୩୧ ମ୍ୟାଚ ୨୧ ଦିନ ମଧ୍ୟରେ ଖେଳାଯିବ । ଏହି ୨୧ ଦିନରେ ୧୦ ଡବଲ ହେଡର , ୭ ଦିନ ଏକ ମ୍ୟାଚ ଓ ୪ ପ୍ଲେ ଅଫ ମ୍ୟାଚ ହେବ ।  ଭାରତୀୟ ଖେଳାଳୀ ୧୫ ସେପ୍ଟେମ୍ବରରେ ୟୁଏଇରେ ପହଂଚିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking