27.1 C
Bhubaneswar
Thursday, April 25, 2024
Homeଅପରାଧନିଖୋଜ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ନିଖୋଜ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ମୁଣ୍ଡାଗାଁର ନିଖୋଜ ଥିବା ପ୍ରେମୀ ଯୁଗଳଙ୍କ ମୃତଦେହ ଏକ ଗଛରୁ ଉଦ୍ଧାର କରାଯାଇଛି । ଏଥିସହ କଳାହାଣ୍ଡିରୁ ସଦ୍ଧାନୀ କୁକୁର ନେଇ ଅଧିକ ତଦନ୍ତ କରାଯାଇଥିବା ବୋଡ଼େନ ଥାନାଧିକାରୀ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ବୋଡ଼େନ ଥାନା ଖଇରା ପଞ୍ଚାୟତ ମୁଣ୍ଡାଗାଁ ଗ୍ରାମର ମହାବୀର ଦଲ (୨୭)ସେହି ଗ୍ରାମର ସାନନିନି ଜାନି (୧୯) ପ୍ରେମିଯୁଗଳ ଚଳିତ ମାସ ୨୦ ତାରିଖ ଦିନ ଠାରୁ ନିଖୋଜ ରହିଥିଲେ । ୩ ଦିନ ହେବ ଉଭୟଙ୍କ ପରିବାର ପକ୍ଷରୁ ଯୋରଦାର ଖୋଜାଖୋଜି କରୁଥିଲେ । ହେଲେ ଆଜି ବୋଡ଼େନ ଥାନା ସାଲେପଡ଼ା ଜଙ୍ଗଳରେ କିଛି ଲୋକ ଦୁଇ ଜଣଙ୍କ ମୃତଦେହେ ଦେଖି ବୋଡ଼େନ ଥାନାକୁ ଖବର ଦେଇଥିଲା । ଥାନାଧିକାରୀ ଦିଲ୍ଲିପ ଲାକ୍ରାଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ସିଲେପଡ଼ା ଜଙ୍ଗଲକୁ ଯାଇଥିଲେ ସେଠାରେ ଏକ ଗଛରେ ପ୍ରେମୀଯୁଗଳ ନିଜ ଥରିଥିବା କପଡ଼ା ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି ଦେଖବାକୁ ପାଇଥିଲେ । ପରେ ପୁଲିସ ଉଭୟଙ୍କ ଶବ ଉଦ୍ଧାର କରିଥିଲା । ଏ ନେଇ ଅଧିକ ତଦନ୍ତ କରାଯାଉଛି ଉଭୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସତ୍ୟତା କଣ ଜଣାପଡି ବୋଲି ବୋଡ଼େନ ଥାନା ଅଧିକାରୀ ଦିଲ୍ଲୀପ ଲାକ୍ରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking