27.1 C
Bhubaneswar
Tuesday, May 7, 2024
Homeଓଡିଶାପବନ ବେଳେ ସେଲଫି ନିଅନ୍ତୁନି

ପବନ ବେଳେ ସେଲଫି ନିଅନ୍ତୁନି

ଭୁବନେଶ୍ୱର: ବାତ୍ୟା ଅଂଚଳର ଯୁବ ବର୍ଗଙ୍କୁ ଏସ ଆରସି ନିବେଦନ କରି କହିଛନ୍ତି, ବାତ୍ୟା ପବନ ବେଳେ ସେଲଫି ନେବାକୁ ବାହାରକୁ ଯାଆନ୍ତୁନି । ସାମାନ୍ୟ ଖୁସି ପାଇଁ ନିଜ ଜୀବନକୁ ବିପଦରେ ପକାନ୍ତୁନି । ଯୁବକଙ୍କ ସହିତ ମା, ମାଉସୀମାନଙ୍କୁ ମଧ୍ୟ ଏସଆରସି ନିବେଦନ କରିଛନ୍ତି । ପବନ ବେଲେ ଆମ୍ବ, ପଣସ, ନଡିଆ ଗୋଟାନ୍ତୁନି । ଆମ୍ବ, ନଡିଆ ଅପେକ୍ଷା ଜୀବନ ମୂଲ୍ୟବାନ । ଲୋଭ ସମ୍ବରଣ କରନ୍ତୁ ।
ତେବେ ବାତ୍ୟା ୟାସ ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିବ । ୨୬ ତାରିଖ ଭୋର ସୁଦ୍ଧା ଧାମରା ପାଖରେ କେନ୍ଦ୍ରୀଭୂତ ହେବ । ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ । ବାତ୍ୟାର ଆଖି ଧାମରା ଓ ବାଲେଶ୍ୱର ଭିତରେ ଅତିକ୍ରମ କରିବ । ବାତ୍ୟା ରିକର୍ଭ କରି ପଶ୍ଚିମବଙ୍ଗ ଆଡକୁ ଯିବାର ସମ୍ଭାବନା ନାହିଁ ବୋଲି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଜଂୟ ମହାପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking