33.1 C
Bhubaneswar
Monday, May 6, 2024
Homeଖେଳସୁପ୍ରିମ୍‌କୋର୍ଟରେ ଆଇଓଏ ମାମଲା: ସିଓଏ ହସ୍ତକ୍ଷେପ ଉପରେ ରହିତାଦେଶ

ସୁପ୍ରିମ୍‌କୋର୍ଟରେ ଆଇଓଏ ମାମଲା: ସିଓଏ ହସ୍ତକ୍ଷେପ ଉପରେ ରହିତାଦେଶ

ନୂଆଦିଲ୍ଲୀ : ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ଗତ ଅଗଷ୍ଟ ୧୬ ତାରିଖରେ ଦିଲ୍ଲୀ ହାଇକୋର୍ଟ ପ୍ରଶାସକ କମିଟି (ସିଓଏ) ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସୋମବାର ଏହି ମାମଲାର ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ ଆଇଓଏର ଦୈନନ୍ଦିନ ମାମଲାରେ ସିଓଏର ହସ୍ତକ୍ଷେପ ଉପରେ ରହିତାଦେଶ ଜାରି କରିଛନ୍ତି । ଜଷ୍ଟିସ୍ ଅବଦୁଲ୍ ନାଜିର୍ ଓ ଜେକେ ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିବା ସହ ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି । ଆଇଓଏର ନିର୍ବାଚନ ବିଳମ୍ବିତ ହେବାରୁ ଏନେଇ ଦିଲ୍ଲୀ ହାଇକୋର୍ଟ ସିଓଏ ଗଠନ କରିବା ସକାଶେ ନିର୍ଦ୍ଦେଶ ଦେଇଥିଲେ । ଏହି କମିଟି ଜାତୀୟ କ୍ରୀଡ଼ା ସଂହିତା ଅନୁସାରେ ସମ୍ବିଧାନ ଗଠନ କରିବାର ଦାୟିତ୍ୱ ପାଇଥିଲା । କିନ୍ତୁ ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟକୁ ଆଇଓଏ ସୁପ୍ରିମ୍‌କୋର୍ଟରେ ଚାଲେଞ୍ଜ୍ କରିଥିଲା । ଏହି ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆଇଓଏର ଦୈନନ୍ଦିନ ବ୍ୟାପାରରେ ହସ୍ତକ୍ଷେପ କରିବାକୁ ସିଓଏକୁ ବାରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking