29.1 C
Bhubaneswar
Wednesday, April 24, 2024
Homeବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ବିଡବ୍‌ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌: ଦ୍ୱିତୀୟ ରାଉଣ୍ଡ୍‌ରେ ଲକ୍ଷ୍ୟ, ପ୍ରଣୀତ ବିଦା

ବିଡବ୍‌ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌: ଦ୍ୱିତୀୟ ରାଉଣ୍ଡ୍‌ରେ ଲକ୍ଷ୍ୟ, ପ୍ରଣୀତ ବିଦା

ଟୋକିଓ: ସୋମବାରଠାରୁ ଏଠାରେ ଆରମ୍ଭ ହୋଇଥିବା ବିଡବ୍‌ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ଭାରତର ଯୁବ ଶଟଲର୍ ଲକ୍ଷ୍ୟ ସେନ୍ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ସୋମବାର ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ସେ ଡେନ୍‌ମାର୍କର ହାନ୍ସ-କ୍ରିଷ୍ଟିଆନ ସୋଲବର୍ଗ ଭିଟିନ୍‌ଗସ୍‌ଙ୍କୁ ୩୫ ମିନିଟ୍ ମଧ୍ୟରେ ୨୧-୧୨, ୨୧-୧୧େ;ର ପରାସ୍ତ କରିଛନ୍ତି । ଗତବର୍ଷ ସ୍ପେନ୍‌ଠାରେ ଅନୁଷ୍ଠିତ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ବ୍ରୋଞ୍ଜ୍ ପଦକ ଜିତିଥିବା ଲକ୍ଷ୍ୟ କେତେଗୁଡ଼ିଏ ଡିପ୍ ଫୋରହାଣ୍ଡ୍ ଶଟ୍ ଖେଳି ୩୬ ବର୍ଷୀୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମସ୍ୟାରେ ପକାଇଥିଲେ । ପରେ ସେ ଭିଟିନ୍‌ଗସ୍‌ଙ୍କ ବିପକ୍ଷରେ ତୃତୀୟ ଥର ପାଇଁ ବିଜୟୀ ହୋଇଥିଲେ ।

ତେବେ ଅନ୍ୟତମ ପୁରୁଷ ସିଙ୍ଗଲ୍ସ ଖେଳାଳି ବି. ସାଇ ପ୍ରଣୀତଙ୍କୁ ପ୍ରଥମ ରାଉଣ୍ଡ୍‌ରୁ ହିଁ ବିଦାୟ ନେବାକୁ ପଡ଼ିଛି । କାରଣ ସେ ବିଶ୍ୱର ୪ ନମ୍ବର ଖେଳାଳି ଚାଇନିଜ୍ ତାଇପେଇର ଚୋଉ ତିଏନ୍ ଚେନ୍‌ଙ୍କଠାରୁ ୧୫-୨୧, ୨୧-୧୫, ୧୫-୨୧ରେ ହାରିଯାଇଛନ୍ତି । ଏହି ମ୍ୟାଚ୍‌ଟି ଘଣ୍ଟାଏରୁ ସାମାନ୍ୟ ଅଧିକ ସମୟ ଖେଳାଯାଇଥିଲା । ଏଥିସହ ପ୍ରଣୀତଙ୍କ ପାଇଁ ଟୋକିଓ ପୁଣିଥରେ ଅନ୍‌ଲକି ସାବ୍ୟସ୍ତ ହୋଇଛି । ଗତବର୍ଷ ଟୋକିଓରେ ଖେଳାଯାଇଥିବା ଅଲିମ୍ପିକ୍ସରେ ମଧ୍ୟ ପ୍ରଣୀତ ବେଶ୍ ସଅଳ ବିଦାୟ ନେଇଥିଲେ । କିନ୍ତୁ ସୋମବାର ଭାରତକୁ ଡବଲ୍ସ ବର୍ଗରେ ଯମଜ ବିଜୟ ମିଳିଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ରୋଞ୍ଜ୍ ପଦକ ଜିତିଥିବା ମହିଳା ଡବଲ୍ସ ଯୋଡ଼ି ଅଶ୍ୱିନୀ ପୋନାପ୍ପା-ଏନ୍ ସିକ୍କି ରେଡ୍ଡୀ ଦ୍ୱିତୀୟ ରାଉଣ୍ଡ୍‌କୁ ଉନ୍ନୀତ ହୋଇଛନ୍ତି । ଏହି ଯୋଡ଼ି ୨୧-୭, ୨୧-୯ରେ ମାଳଦ୍ୱୀପ ଯୋଡ଼ି ଅମିନାଥ ନବୀହା ଅବଦୁଲ୍ ରଜାକ୍‌-ଫାତିମାଥ୍ ନବାହା ଅବଦୁଲ୍ ରଜାକ୍‌ଙ୍କୁ ପରାସ୍ତ କରିଛନ୍ତି ।

ଦ୍ୱିତୀୟ ରାଉଣ୍ଡ୍‌ରେ ଭାରତୀୟ ଯୋଡ଼ିର ମୁକାବିଲା ଚୀନ୍‌ର ଟପ୍ ସିଡ୍ ଯୋଡ଼ି ଚେନ୍ କିଙ୍ଗ୍ ଚେନ୍‌-ଜିଆ ୟି ଫାନ୍‌ଙ୍କ ସହ ହେବ । ସେହିପରି ମିକ୍ସଡ ଡବଲ୍ସରେ ତନିଶା କ୍ରାଷ୍ଟୋ ଓ ତାଙ୍କ ଯୋଡ଼ିଦାର ଈଶାନ୍ ଭଟ୍ଟନାଗର ପ୍ରଥମ ରାଉଣ୍ଡ୍ ମୁକାବିଲାରେ ଜର୍ମାନ୍ ଯୋଡ଼ି ପାଟ୍ରିକ୍ ସ୍କିଲ୍‌-ଫ୍ରାଞ୍ଜିସ୍କା ଭୋଲ୍‌କାନ୍‌ଙ୍କୁ ୨୧-୧୩, ୨୧-୧୩ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡ୍‌କୁ ଉନ୍ନୀତ ହୋଇଛନ୍ତି । ଏହି ମ୍ୟାଚ୍‌ଟିକୁ ତନିଶା-ଈଶାନ୍ ଯୋଡ଼ି ମାତ୍ର ୨୯ ମିନିଟ୍‌ରେ ଶେଷ କରିଦେଇଥିଲେ । ଏହି ଯୋଡ଼ି ଦ୍ୱିତୀୟ ରାଉଣ୍ଡ୍‌ରେ ଚତୁର୍ଦ୍ଦଶ ସିଡ୍ ଥାଇଲାଣ୍ଡ୍ ଯୋଡ଼ି ସୁପାକ୍ ଜୋମକୋହ-ସୁପିସାରା ପେସାମ୍ପ୍ରାନ୍‌ଙ୍କୁ ଭେଟିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking