32.1 C
Bhubaneswar
Sunday, May 19, 2024
Homeଓଡିଶାବଜ୍ରପାତରେ ଜ୍ୱାଇଁ ମୃତ, ଶାଶୂଙ୍କ ସମେତ ୪ ଗୁରୁତର

ବଜ୍ରପାତରେ ଜ୍ୱାଇଁ ମୃତ, ଶାଶୂଙ୍କ ସମେତ ୪ ଗୁରୁତର

ଉଦଳା : ଚାଷ କାର୍ଯ୍ୟ ପାଇଁ ଶ୍ୱଶୁର ଘରକୁ ସାହାଯ୍ୟ କରିବାକୁ ଆସିଥିବା ଜ୍ୱାଇଁ ବଜ୍ରଘାତରେ ପ୍ରାଣ ହରାଇଛନ୍ତି । ତାଙ୍କ ଶାଶୂଙ୍କ ସମେତ ୪ଜଣ ଗୁରୁତର ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ କନ୍ଦଳିଆ ଗ୍ରାମରେ । ଯାହାକୁ ନେଇ ସଂପୃକ୍ତ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ଖୁଣ୍ଟା ଥାନା କନ୍ଦଳିଆ ଗ୍ରାମର ଅଜୟ ସରେନଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ତାଙ୍କର କେତେକ ସମ୍ପର୍କୀୟ କନ୍ଦଳିଆ ଗ୍ରାମକୁ ଆସିଥିଲେ । ତେବେ ସୋମବାର ଅପରାହ୍ଣରେ ସମ୍ପର୍କୀୟମାନେ କ୍ଷେତରେ ରୁଆବେଉଷଣ ଆଦି କାର୍ଯ୍ୟରେ ନିୟୋଜିତ ଥିବା ବେଳେ ବଜ୍ରପାତ ଘଟିଥିଲା ।

ଏହି ବଜ୍ରଘାତରେ ଗୋରୁମହିଶାଣୀ ଥାନା ରାକାଡ଼ିହ ଗ୍ରାମର ଜ୍ୱାଇଁ ଜଗା ମୁର୍ମୁ (୨୮), ତାଙ୍କ ପତ୍ନୀ ରାନୀ ମୁର୍ମୁ (୨୫), କନ୍ଦଳିଆ ଗ୍ରାମର ରାଇମଣୀ ସରେନ (୬୨) , ବଡ଼ସାହି ଥାନା ଅଧୀନ ଗଜଡିହ ଗ୍ରାମର ତୁଳସୀ ସରେନ (୪୦) , ବାରିପଦା ସଦର ଥାନା ଅନ୍ତର୍ଗତ ବଡ଼ବିଲା ଗ୍ରାମର ନିମାଏଁ ମାରଣ୍ଡି, ଅଜୟ ସରେନଙ୍କ ୬ ବର୍ଷୀୟା ଝିଅ ଜ୍ୟୋତି ସରେନ ଏହି ବଜ୍ରଘାତରେ ଶିକାର ହୋଇଥିଲେ । ସେମାନଙ୍କୁ ଡ଼ୁକୁରାଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ଜଗାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ଶାଶୂ ତଥା ଅଜୟଙ୍କ ମାଆ ରାଇମଣୀଙ୍କ ସ୍ୱାସ୍ଥ୍ୟବସ୍ଥା ଉଦ୍‌ବେଗଜନକ ଥିବାରୁ ତାଙ୍କୁ ବାରିପଦା ସ୍ଥିତ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇ ଖୁଣ୍ଟା ପୁଲିସ ଡାକ୍ତରଖାନାରେେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ଏଥିନେଇ ସ୍ଥାନୀୟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking