31.1 C
Bhubaneswar
Sunday, May 5, 2024
Homeଅପରାଧନିଶାସକ୍ତ ଯୁବକଙ୍କ ଉନ୍ମକ୍ତକାଣ୍ଡ

ନିଶାସକ୍ତ ଯୁବକଙ୍କ ଉନ୍ମକ୍ତକାଣ୍ଡ

ଭୁବନେଶ୍ୱର : ନିଶାସକ୍ତ ଯୁବକ ରଚିଲେ ଉନ୍ମକ୍ତକାଣ୍ଡ । ଗୋଡ଼ାଇ ଗୋଡ଼ାଇ ଫାର୍ସା ଚୋଟରେ ହାଣିଲେ ୩ ଜଣଙ୍କୁ । ଆହତ ୩ ଜଣଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ କ୍ୟାପିଟାଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଳକାଟି ସାତ କାଣିଆବସ୍ତି ନିକଟରୁ ଏହି ଉନୁକ୍ତ କାନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି । ଗୁରୁତର ମାନେ ହେଉଛନ୍ତି ସେହି ବସ୍ତିର ସୁଷମା ଦାସ, ସୁନିଲ ଦାସ ଓ ପୁର୍ଣିମା ଭୋଇ । ଏଭଳି ଉନ୍ମକ୍ତକାଣ୍ଡ ଭିଆଇଥିବା ଦୁର୍ବୃତ୍ତ ଜଣଙ୍କ ହେଉଛନ୍ତି ଚାରୀମାଣିଆ ଗାଁ ଭୋଇସାହିର ତୋଫାନ ଭୋଇ । ସମ୍ପୃକ୍ତ ଯୁବକଙ୍କୁ ବାଳକାଟି ଫାଣ୍ଡି ପୋଲିସ ଅଟକ ରଖିଛି ।

ସୂଚନା ଅନୁଯାୟୀ କିଛି ଦିନ ତଳେ କୌଣସି ଘଟଣାକୁ ନେଇ ସମ୍ପୃକ୍ତ ଯୁବକ ସହ ଆହତଙ୍କ ପରିବାର ସହ ଝଗଡ଼ା ହୋଇଥିଲା । ରବିବାର ରାତିରେ ତୋଫାନ ନିଶାସକ୍ତ ଅବସ୍ଥାରେ ଗାଳି ଗୁଲଜ କରିଥିଲା । ଆହତମାନେ ବିରୋଧ କରିବାରୁ ରାଗିଯାଇ ସମ୍ପୃକ୍ତ ତୋଫାନ ଫାର୍ସାରେ ତାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଥିଲା । ଏହାଦ୍ୱାରା ସୁଷମାଙ୍କ ଛାତିରେ ଓ ପିଠିରେ ଶକ୍ତ ଆଘାତ ଲାଗିଛି । ସୁନିଲଙ୍କ ଗୋଡ଼ରେ ମଧ୍ୟ ଖଣ୍ଡିଆ ହୋଇଛି । ସେହିପରି ପୁର୍ଣିମାର ହାତ ଓ ପିଠିରେ ମଧ୍ୟ ଅଧିକ ଖଣ୍ଡିଆ ଖାବରା ହୋଇଯାଇଛି। । ଏହା ଶୁଣି ବାଳକାଟି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ତୋଫାନକୁ ଅଟକ ରଖି ପଚରାଉଚୁରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking