28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଅଖିଳେଶ ଯାଦବଙ୍କ ବଡ ଘୋଷଣା; ଲଢ଼ିବେନି ବିଧାନସଭା ନିର୍ବାଚନ

ଅଖିଳେଶ ଯାଦବଙ୍କ ବଡ ଘୋଷଣା; ଲଢ଼ିବେନି ବିଧାନସଭା ନିର୍ବାଚନ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ସମଗ୍ର ରାଜ୍ୟରେ ରାଜନୀତି ସରଗରମ ହୋଇଗଲାଣି । କ୍ଷମତାରେ ଥିବା ବିଜେପି ପୁଣିଥରେ ସତ୍ତାକୁ ରହିବାକୁ କସରତ ଜାରି ରଖିଥିବା ବେଳେ ପ୍ରମୁଖ ବିରୋଧୀ ଦଳ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଜୋରଦାର କସରତ ଆରମ୍ଭ କରିଦେଲେଣି । କିନ୍ତୁ ଏହାରି ମଧ୍ୟରେ ବଡ ଘୋଷଣା କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ।

ଉତ୍ତର ପ୍ରଦେଶରେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଛନ୍ତି ଏସ୍‌ପି ମୁଖିଆ ଅଖିଳେଶ ଯାଦବ । ଆଗମଗଡରୁ ସାଂସଦ ଥିବା ଅଖିଳେଶ ଯାଦବ କହିଛନ୍ତି, ‘ଆମ ଦଳ ଛୋଟ ଦଳମାନଙ୍କ ସହିତ ମେଣ୍ଟ କରିବ । ରାଷ୍ଟ୍ରୀୟ ଲୋକ ଦଳର ଦଳ ମେଣ୍ଟ କରିସାରିଛି । ବର୍ତ୍ତମାନ ନିର୍ବାଚନ ପାଇଁ ସିଟ୍ ବଣ୍ଟନ କାର୍ଯ୍ୟ ଜାରିରହିଛି ।’

ଏହା ସହିତ ପ୍ରଗତିଶୀଳ ସମାଜବାଦୀ ପାର୍ଟି ସହ ଅଖିଳେଶ ଯାଦବଙ୍କ ଦଳ ମେଣ୍ଟ କରିପାରେ ବୋଲି ସୂଚନା ମିଳିଛି । ଏହାକୁ ନେଇ ଅଖିଳେଶ କହିଛନ୍ତି, ‘ଯେଉଁ ଛୋଟ ଦଳ ଆମ ସହିତ ମେଣ୍ଟ କରିବାକୁ ଚାହୁଁଛନ୍ତି ଆସନ୍ତୁ କୌଣସି ଅସୁବିଧା ନୁହେଁ । ସବୁ ଦଳ ଏବଂ ତାଙ୍କର ନେତାମାନଙ୍କୁ ଉଚିତ ସମ୍ମାନ ମିଳିବ । ଏହା ପୂର୍ବରୁ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପ୍ରବଳ ବର୍ଷିଥିଲେ ଅଖିଳେଶ ଯାଦବ । ଅଖିଳେଶ କହିଥିଲେ, ଯୁବ ଚିନ୍ତାଧାରାକୁ ଆଦୌ ଗୁରୁତ୍ବ ଦେଉନାହାନ୍ତି ଯୋଗୀ ସରକାର । ଯିଏ ନିଜେ ଲାପ୍‌ଟପ୍‌ ଏବଂ ମୋବାଇଲ ଚଳାଇବା ସିଖିନାହିଁ ସେ କଣ ଯୁବକମାନଙ୍କ ଅସୁବିଧା ପ୍ରସଙ୍ଗରେ ବୁଝିବ କହି, ଯୋଗୀଙ୍କୁ ଟାର୍ଗେଟ୍ କରିଥିଲେ ଅଖିଳେଶ । ସାମଜବାଦୀ ପାର୍ଟିର ବିଜୟ ରଥ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ଭାବେ ଯୋଗୀ ସରକାରକୁ ଟାର୍ଗେଟ କରିଥିଲେ ଅଖିଳେଶ ଯାଦବ । ଜଣେ ଯୁବ ନେତୃତ୍ବ ହିଁ ଯୁବକମାନଙ୍କ ଅସୁବିଧା ଏବଂ ସେମାନଙ୍କ ଆବଶ୍ୟକ ସମ୍ପର୍କରେ ଜାଣିପାରିବ କହିଛନ୍ତି ଅଖିଳେଶ ।

ଏହା ସହିତ ଅଖିଳେଶ କହିଛନ୍ତି, ଭାରତୀୟ ଜନତା ପାର୍ଟି ସମାଜରେ ଜାତି ଏବଂ ଧର୍ମ ଆଧାରରେ ଭେଦଭାବ ଖେଳାଇବାକୁ ଚେଷ୍ଟା କରୁଛି । ଭାରତରେ ସମସ୍ତେ ଭାଇଚାରର ସହ ରହୁଥିବା କଥା ବିଶ୍ବବାସୀ ଜାଣିଛନ୍ତି । କିନ୍ତୁ କିଛି ଲୋକ ଧର୍ମ ଆଧାରରେ ଦେଶରେ ବିଭାଜନ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଜନସାଧାରଣ ସେମାନଙ୍କୁ ଉଚିତ ଜବାବ ଦେବେ । ବିଜେପି ନାଁ ନନେଇ ଏଭଳି ଢଙ୍ଗରେ ଟାର୍ଗେଟ କରିଥିଲେ ଅଖିଳେଶ ଯାଦବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking