27.1 C
Bhubaneswar
Tuesday, May 7, 2024
Homeଅପରାଧନବଙ୍କ ପିଏସଓ ସମେତ ଡ୍ରାଇଭରଙ୍କୁ ଜେରା; ମିଳିବ ସୁରାଗ!

ନବଙ୍କ ପିଏସଓ ସମେତ ଡ୍ରାଇଭରଙ୍କୁ ଜେରା; ମିଳିବ ସୁରାଗ!

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକାର୍ଯ୍ୟ ଜାରି ରଖିିଛି । ଏହି ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ପରିବାର ପରେ ନବଙ୍କ ପିଏସଓ ଏବଂ ଡ୍ରାଇଭରଙ୍କୁ ମଧ୍ୟ ଜେରା କରୁଛି କ୍ରାଇମବ୍ରାଞ୍ଚ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିବା ଜଣାଯାଇଛି । ଏହାସହିତ ଘଟଣା ଦିନ ନବଙ୍କ ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ମଧ୍ୟ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ । ତେବେ ଉଭୟଙ୍କ ନିକଟରୁ କେତେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଅନୁମାନ କରାଯାଉଛି । ଏହାକୁ ଆଧାର କରି କ୍ରାଇମବ୍ରାଞ୍ଚ ଟିମ ମାମଲାର ତଦନ୍ତକୁ ଆହୁରି ଆଗକୁ ବଢାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking