28.1 C
Bhubaneswar
Saturday, April 27, 2024
Homeଓଡିଶାସୋଆରେ  ସପ୍ତମ ବିଶ୍ୱ  ଯୋଗ ଦିବସ ପାଳିତ

ସୋଆରେ  ସପ୍ତମ ବିଶ୍ୱ  ଯୋଗ ଦିବସ ପାଳିତ

ଭୂବନେଶ୍ଵର,  : ସୋଆ ଏନଏସଏସ, ୱେଲନେସ ସେଣ୍ଟର ତଥା  ବିଶ୍ଵବିଦ୍ୟାଳୟ ପକ୍ଷରୁ  ବିଶ୍ୱ  ଯୋଗ ଦିବସ ଉପଲକ୍ଷେ ଏକ ୱେବିନାର ଆୟୋଜିତ ହୋଇଯାଇଛି ।

ଗତ ଜୁନ ୭ ତାରିଖରୁ  ପନ୍ଦର ଦିନ ଧରି ପ୍ରତ୍ୟହ ସକାଳ ସାତରୁ ଆଠଟା ପର୍ଯ୍ୟନ୍ତ  ଏକ ଘଣ୍ଟା ଧରି ଚାଲିଥିବା ଅନଲାଇନ ପାକ୍ଷିକ ଯୋଗ ଶିବିରର ଉଦ୍ ଯାପନୀ ଉତ୍ସବ ମଧ୍ୟ ସୋମବାର ଅନୁଷ୍ଠିତ ହୋଇ ଯାଇଛି  ।

ଏହି ଅବସରରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ଼.ଏଚ୍.ଆର୍. ନଗେନ୍ଦ୍ର, କୁଳାଧିପତି, ଏସ୍ -ଭ୍ୟାସା ତାଙ୍କ ଭିଡ଼ିଓ ସମ୍ବାଦରେ କିପରି ସମସ୍ତ ରୋଗର ମୁକାବିଲା ପାଇଁ ଭଗବାନ ଆମକୁ ରୋଗ ପ୍ରତିରୋଧକ ଶକ୍ତି ଦେଇଛନ୍ତି ଓ ଏହା ବିଗିଡ଼ି ଗଲେ ଆମ ଶରୀର ସକଳ ରୋଗର ଶିକାର ହୋଇଥାଏ ସେ ସମ୍ପର୍କରେ  ଅବଗତ କରାଇଥିଲେ ।

ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ ସମନ୍ଵୟ ହିଁ ଯୋଗ । ଅନ୍ୟତମ ଅତିଥି ସ୍ଵାମୀ ସୁଧାନନ୍ଦ ମହାରାଜ ଶରୀରରକ୍ଷାର ତିନୋଟି ପ୍ରମୁଖ ସ୍ତମ୍ଭ ଆହାର, ନିଦ୍ରା, ମୈଥୁନ ବିଷୟରେ କହିଥିଲେ । ଏହି ତିନୋଟିର ଅସଂଯମତାହିଁ ରୋଗର କାରଣ ହୋଇଥାଏ ।

ସୋଆ  କୁଳପତି  ପ୍ରଫେସର ଅଶୋକ କୁମାର ମହାପାତ୍ର ସମଗ୍ର ଜୀବନ  ଓ  ଯୋଗ ର ମହାତ୍ମ୍ୟ  ଗୀତା ଓ ମହାଭାରତରୁ  ଉଦାହରଣ ଦେଇ ବୁଝାଇଥିଲେ ।

ଡିନ ଛାତ୍ର ମଙ୍ଗଳ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଅତିଥି ପରିଚୟ ଦେଇଥିଲେ । ଯୋଗ ଶିକ୍ଷକ ଶ୍ରୀ ଅଖିଳ ଚନ୍ଦ୍ର ରଣା ଆବାହନୀ, ଶାନ୍ତିପାଠ ସହିତ ସାଧାରଣ ଯୋଗ ପ୍ରୋଟୋକଲ ବିଷୟରେ କହିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏନଏସଏସ ପ୍ରୋଗ୍ରାମ ସଂଯୋଜକ ତଥା ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ର. ନଚିକେତା ଶର୍ମା ଅନଲାଇନ ପାକ୍ଷିକ ଯୋଗ ଶିବିରର ବିବରଣୀ ସହିତ ଲକ୍ ଡ଼ାଉନ ସମୟରେ ବିଶ୍ଵବିଦ୍ୟାଳୟରେ ହୋଇଥିବା ଅନଲାଇନ କାର୍ଯ୍ୟକ୍ରମ ସମୂହର ସମ୍ୟକ ସୂଚନା ଦେଇଥିଲେ ।ଗୁଗୁଲ ମିଟ୍ ଓ ୟୁଟିଉବ୍ ରେ ପ୍ରସାରିତ କାର୍ଯ୍ୟକ୍ରମରେ ଡିନ୍, ପ୍ରୋଗ୍ରାମ ଅଫିସର, ଅଧ୍ୟାପକ, ,ଅଧ୍ୟାପିକା, ବିଶ୍ଵବିଦ୍ୟାଳୟ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ବିଶ୍ଵବିଦ୍ୟାଳୟର ବହୁସଂଖ୍ୟକ ଏନଏସଏସ ଛାତ୍ରଛାତ୍ରୀ ନିଜ ଘରେ ଭାରତ ସରକାରଙ୍କ ଆୟୁଷ  ମନ୍ତ୍ରାଳୟ ପ୍ରଣିତ କମନ୍ ଯୋଗ ପ୍ରୋଟୋକଲ ଭିତ୍ତିରେ ଆସନ ଓ ପ୍ରାଣାୟମ କରି ଯୋଗ ଦିବସ ପାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking