34.1 C
Bhubaneswar
Friday, March 29, 2024
Homeଓଡିଶାକୋଟିଏ ଟପିଲା ଟିକା

କୋଟିଏ ଟପିଲା ଟିକା

ଭୁବନେଶ୍ୱର: ଓଡିଶାରେ ଟିକାକରଣ ୧ କୋଟି ଡୋଜ୍ ଟପିଲା । ୧ କୋଟି ଟିକାକରଣ ଟପିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଟିକା କୋଟିଏ ପୂରିଲା । ଜାନୁଆରୀ ୧୬ରୁ ରାଜ୍ୟ ସହ ସାରା ଦେଶରେ ଆରମ୍ଭ ହୋଇଛି ଟିକାକରଣ ।

 

ସୂଚନାଯୋଗ୍ୟ , ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ଯୋଗୁଁ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ଆଗାମୀ ଦିନରେ ସଂକ୍ରମଣ ଆହୁରି କମିବ ବୋଲି କୁହାଯାଇଛି । ଏହା ମଧ୍ୟରେ ଆଜି ପୁଣି ୩୦୩୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୭୩୮ ଓ ସ୍ଥାନୀୟ ଅଞ୍ଚଳରୁ ୧୨୯୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୦ ହଜାର ୫୩୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୪୦ ହଜାର ୨୧୪ ରହିଥିବା ବେଳେ ୩୬ ହଜାର ୬୩୩ ଜଣ ଚିକିତ୍ସିତ ହେଉଛନ୍ତି । ଖୋର୍ଦ୍ଧାରେ କମୁଛି ସଂକ୍ରମଣ ।

ଦିନକରେ ୩୮୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୯୫, ବାଲେଶ୍ୱରରୁ ୨୯୦, ଯାଜପୁରରୁ ୨୨୬, ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୧୮୦, ମୟୂରଭଞ୍ଜରୁ ୧୬୭, ନୟାଗଡ଼ରୁ ୧୪୦, ଭଦ୍ରକରୁ ୧୩୫, ଅନୁଗୁଳରୁ ୧୨୧, କେନ୍ଦ୍ରାପଡାରୁ ୧୧୮, ଜଗତସିଂହପୁରରୁ ୧୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ ୯୦, ସୁନ୍ଦରଗଡ଼ରୁ ୮୦, ଷ୍ଟେଟପୁଲରୁ ୭୮, ନବରଙ୍ଗପୁରରୁ ୬୩, କେନ୍ଦୁଝର ଓ କୋରାପୁଟରୁ ୬୮ଜଣ ଲେଖାଏଁ, ରାୟଗଡ଼ାରୁ ୪୪, ମାଲକାନଗିରିରୁ ୪୩, ବୌଦ୍ଧରୁ ୪୦, ବରଗଡ଼ ଓ କଳାହାଣ୍ଡିରୁ ୩୯ଜଣ ଲେଖାଏଁ, କନ୍ଧମାଳରୁ ୩୮, ବଲାଙ୍ଗୀର ଓ ସମ୍ବଲପୁରରୁ ୩୦ଜଣ ଲେଖାଏଁ, ଗଞ୍ଜାମରୁ ୨୬, ଗଜପତିରୁ ୨୫, ସୋନପୁରରୁ ୨୨, ନୂଆପଡାରୁ ୨୦, ଝାରସୁଗୁଡାରୁ ୧୭, ଦେଓଗଡ଼ରୁ ୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୮୦ହଜାର ୫୩୩ ଥିବା ବେଳେ ମୋଟ୍ ସୁସ୍ଥ ହୋଇଛନ୍ତି ୮ଲକ୍ଷ ୪୦ହଜାର ୨୧୪ । ଆକ୍ଟିଭ କେସ୍ ରହିଛି ୩୬ହଜାର ୬୩୩ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking