28.9 C
Bhubaneswar
Sunday, May 5, 2024
Homeଆର୍ନ୍ତଜାତୀୟ ଯୋଗ ଦିବସଶରୀରର ରୋଗ ପ୍ରତିରୋଧକ ପ୍ରକ୍ରିୟାକୁ ମଜବୁତ କରେ ଯୋଗ

ଶରୀରର ରୋଗ ପ୍ରତିରୋଧକ ପ୍ରକ୍ରିୟାକୁ ମଜବୁତ କରେ ଯୋଗ

ଭୁବନେଶ୍ୱର :  ଆନ୍ତର୍ଜାତିକ ଯୋଗ ଦିବସ ଏକତା ଓ ବିଶ୍ୱ ଭାଇଚାରାର ଦିନ । କୋଭିଡ-19 ମହାମାରୀ ଯୋଗୁ ଚଳିତ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ଇଲେକ୍ଟ୍ରୋନିକ ଓ ଡିଜିଟାଲ ମଞ୍ଚରେ ପାଳିତ ହେଉଛି । ଲୋକେ ପରିବାର ସହିତ ନିଜ ଘରେ ଯୋଗ ଅଭ୍ୟାସ କରୁଛନ୍ତି । ଯୋଗ ସମସ୍ତଙ୍କୁ ଏକାଠି କରିପାରିଛି । ସାରା ବିଶ୍ୱରେ ମାଇ ଲାଇଫ- ମାଇ ଯୋଗ ଭିଡିଓ ବ୍ଲଗିଂ ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିବା ଏହାର ଲୋକପ୍ରିୟତାକୁ ଦର୍ଶାଉଛି । ଆମମାନଙ୍କୁ ବୃହତ ସମାବେଶରୁ ଦୂରେଇ ରହିବାକୁ ହେବ ଓ ପରିବାର ସହିତ ଘରେ ହିଁ ଯୋଗାଭ୍ୟାସ କରିବାକୁ ହେବ । ଚଳିତ ଆନ୍ତର୍ଜାତିକ ଯୋଗ ଦିବସର ଶୀର୍ଷକ ‘ଘରେ ଯୋଗ ଓ ପରିବାର ସହ ଯୋଗ’ ରହିଛି । ଯୋଗ ପାରିବାରିକ ବନ୍ଧନକୁ ମଜବୁତ କରୁଛି । ପରିବାରରେ ପିଲା, ଯୁବକ, ବୟସ୍କ ଯୋଗାଭ୍ୟାସ କରିବାରୁ ପାରିବାରିକ ବନ୍ଧନ ମଜବୁତ ହେଉଛି । ଘରେ ସକାରାତ୍ମକ ଉର୍ଜା ପ୍ରବାହିତ ହେଉଛି । ଯୋଗ ଶରୀରର ରୋଗ ପ୍ରତିରୋଧକ ପ୍ରକ୍ରିୟାକୁ ମଜବୁତ କରିଥାଏ । ଦୈନନ୍ଦିନ ଜୀବନରେ ପ୍ରାଣାୟମକୁ ନିଶ୍ଚିତ ଭାବେ ସାମିଲ କରିବାକୁ ପଡିବ । ପ୍ରାଣାୟାମ ବା ଶ୍ୱାସ ସମ୍ବନ୍ଧୀୟ ବ୍ୟାୟାମ ଶାସତନ୍ତ୍ରକୁ ମଜବୁତ କରିଥାଏ । କୋଭିଡ-19 ଭୂତାଣୁ ଯୋଗୁଁ ମୁଖ୍ୟତଃ ଶ୍ୱାସତନ୍ତ୍ର ପ୍ରଭାବିତ ହେଉଥିବାରୁ ବର୍ତ୍ତମାନ ସମୟରେ ପ୍ରାଣାୟାମର ବେଶ ପ୍ରାସଙ୍ଗିକତା ରହିଛି । ଯୋଗ ଏକତାର ଶକ୍ତି ଭାବେ ଉଭା ହୋଇଛି । କୌଣସି ଭେଦଭାବ ନରଖି ଏହା ମାନବୀୟ ସମ୍ପର୍କକୁ ମଜବୁତ କରିଥାଏ । ଜାତି, ବର୍ଣ୍ଣ, ଲିଙ୍ଗ, ବିଶ୍ୱାସର ଉଦ୍ଧ୍ୱର୍ରେ ଯେକୌଣସି ବ୍ୟକ୍ତି ଯୋଗକୁ ଆପଣାଇ ପାରିବେ । ଯଦି ଆମେ ନିଜକୁ ସୁସ୍ଥ ରଖିପାରିବା ତେବେ ସାରା ବିଶ୍ୱରେ ମାନବଜାତି ସୁସ୍ଥ ଓ ସୁଖୀ ହେବ । ଏହା କେବଳ ଯୋଗ ମାଧ୍ୟମରେ ସଫଳ ହୋଇପାରିବ । ସଚେତନ ନାଗରିକ ଭାବେ ଆମେ ଏକ ପରିବାର ଓ ଏକ ସମାଜ ଭାବରେ ଏକାଠି ହୋଇ ଆଗକୁ ବଢିବା । ଘରେ ଯୋଗ ଓ ପରିବାର ସହିତ ଯୋଗକୁ ନିଜ ଜୀବନରେ ସାମିଲ କରିବାକୁ ଉଦ୍ୟମ କରିବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking