34.1 C
Bhubaneswar
Thursday, April 25, 2024
Homeଓଡିଶାବୃଦ୍ଧାଙ୍କ ଅନ୍ତିମ ସଂସ୍କାର କଲେ ସମାଜସେବୀ 

ବୃଦ୍ଧାଙ୍କ ଅନ୍ତିମ ସଂସ୍କାର କଲେ ସମାଜସେବୀ 

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ସେତୁ ବୃଦ୍ଧାଶ୍ରମର ଜେଣ ଅସହାୟ ବୃଦ୍ଧଙ୍କ ମୃତ୍ୟୁ ପରେ କିଛି ସମାଜସେବୀ ତାଙ୍କର ଅନ୍ତିମ ସଂସ୍କାର କରି ମାନବିକତାର ପରିଚୟ ଦେଇଛନ୍ତି । କୋରୁକୋଣ୍ଡା ନିବାସୀ ସମାରୁ କୁମାର ବାଗ (୬୮) ଓ ତାଙ୍କ ସ୍ତ୍ରୀ ମଙ୍ଗୁଳି ବାଗଙ୍କ ଏକ ମାତ୍ର କନ୍ୟା ଥିବାରୁ ତାଙ୍କ୍ ବାହାଘର ପରେ ଉଭୟ ଅସହାୟ ହୋଇପଡ଼ିଥିଲେ । ଆୟର କୌଣସି ପନ୍ଥା ନଥିବାରୁ ଶେଷର ଗତ ୨୦୧୬ ମସିହାରେ ଉଭୟ ସେତୁ ବୃଦ୍ଧାଶ୍ରମରେ ଆଶ୍ରୟ ନେଇ ଥିଲେ । ଗୟପୁର ନିକଟସ୍ଥ ଉର୍ମି ଗ୍ରାମର ଦୀପକ ଭଞ୍ଜନ ଦାସ ଗତ ୨୦୧୬ରେ ମାଲକାନଗିରିରେ ଏକ ଭଡା ଘରେ ବୃଦ୍ଧାଶ୍ରମ ଆରମ୍ଭ କରିଥିଲେ । ହଠାତ ସମାଜସେବୀ କେ. ଦେଶି ରାଜୁ ଅଚାରୀଙ୍କ ସହ ତାଙ୍କର ସାକ୍ଷାତ ହେବା ପରେ ସେ ତାଙ୍କର ସମସ୍ତ ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ । ସେହି ଦିନଠାରୁ ଶ୍ରୀ ଆଚାରୀ ଦୀର୍ଘ ୨ ବର୍ଷ ଧରି ଏହି ଆଶ୍ରମର ଦାୟିତ୍ୱ ନେଇଛନ୍ତି । େତେବ ଗତ ୪ ତାରିଖରେ ସମାରୁଙ୍କ ଦେହ ଅସୁସ୍ଥ ହେବାରୁ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଥିଲା । ଚିକିତ୍ସା ପରେ ଡାକ୍ତର ଗତକାଲି ସନ୍ଧ୍ୟାରେ ତାଙ୍କୁ ପାରାଲିସିସ ହୋଇଥିବା କହି ଔଷଧ ଦେଇ ଆଶ୍ରମକୁ ପଠାଇ ଦେଇଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଶ୍ରୀ ଅଚାରୀଙ୍କ ସେମତ ରୌମ୍ୟ ରଞ୍ଜନ ପରିଡା, ବିନାଶ ମିଶ୍ରଙ୍କ ସେମତ କିଛି ସାଥି ମିଳିତ ଭାବେ ମହାପ୍ରୟାଣ ଗାଡ଼ି ଡାକି ଶବ ସଂସ୍କର କରିଥିଲେ । ତାଙ୍କର ଏଭଳି ମହନୀୟ କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking