29.1 C
Bhubaneswar
Sunday, May 5, 2024
Homeଅପରାଧଅମାନବୀୟ କାଣ୍ଡ: ୬୦ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ

ଅମାନବୀୟ କାଣ୍ଡ: ୬୦ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ୬୦ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଗତକାଲି ରାତିରେ ୪ଜଣ ଯୁବକ ଦୁଷ୍କର୍ମ ସହ ମାଡ଼ ମାରିଛନ୍ତି ବୋଲି ବୃଦ୍ଧାଙ୍କ ପୁଅ କଣ୍ଟାବାଞ୍ଜି ଅଭିଯୋଗ କରିଛନ୍ତି। ଦୁଷ୍କର୍ମ ଅଭିଯୋଗରେ କଣ୍ଟାବାଞ୍ଜି ଥାନାରେ ୩ ଯୁବକକୁ ଅଟକ ରଖି ତଦନ୍ତ କରୁଛି ପୋଲିସ। ଘଟଣା ସ୍ଥଳରେ ବଲାଙ୍ଗୀର ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ ଗତକାଲି ରାତିରେ ୪ଜଣ ଯୁବକ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ବିଳମ୍ବିତ ରାତିରେ ଶୋଇବା ସମୟରେ ଏହି ଘଟଣା ଘଟି ଥିବାବେଳେ ଗାଁର ହିଁ ଯୁବକ ଏଥିରେ ସାମିଲ ଥିବା ଜଣାପଡିଛି । ବର୍ତ୍ତମାନ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l ତେବେ ଏହି ମାମଲାରେ କଣ୍ଟାବାଞ୍ଜି ପୋଲିସ ଦୁଷ୍କର୍ମ ଅଭିଯୋଗରେ ୩ ଯୁବକକୁ ଅଟକ ରଖି ତଦନ୍ତ କରୁଛି । ସେପଟେ ପରିବାର ବର୍ଗ ଏହି ଯୁବକ ମାନଙ୍କୁ ଫାଶୀ ଦିଆଯାଉ ବୋଲି ମଧ୍ୟ ଦାବି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking