28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶସଂକ୍ରମଣ କମୁଛି, କିନ୍ତୁ ପଜିଟିଭିଟି ବଢ଼ୁଛି

ସଂକ୍ରମଣ କମୁଛି, କିନ୍ତୁ ପଜିଟିଭିଟି ବଢ଼ୁଛି

ନୂଆଦିଲ୍ଲୀ : ଦେଶରେ କ୍ରମାଗତ ଭାବେ ୮ ଦିନ ପାଇଁ ଦୈନିକ ସଂକ୍ରମଣ ୩ ଲକ୍ଷରୁ ଅଧିକ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାର ଦୈନିକ ସଂକ୍ରମଣ ଗତକାଲି ତୁଳନାରେ ୮% କମ। ହେଲେ ଟେଷ୍ଟ ପଜିଟିଭିଟି ଉପର ମୁହାଁ ହେଉଛି। ଏହାର ଅର୍ଥ ଟେଷ୍ଟିଂ କମୁଥିବାରୁ କେସ୍‌ ଲୋଡ କମ ଆସୁଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ବର୍ତ୍ତମାନ ଦେଶର ପଜିଟିଭିଟି ୨୦% ପାର୍‌ କରିଛି। ଦିନକ ପୂର୍ବରୁ ଏହା ୧୭.୭୮% ଥିଲା । ୨୪ ଘଣ୍ଟାରେ ୧୪,୭୪,୭୫୩ଟି ନମୁନା ପରୀକ୍ଷା କରାଯାଇଛି।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩,୦୬,୦୬୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ପୂର୍ବ ଦିନ ତୁଳନାରେ ୮.୨% କମ। ରବିବାର ତୁଳନାରେ ସୋମବାର ୨୭,୪୬୯ ଜଣ କମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୯୫,୪୩,୩୨୮କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ଦୈନିକ ପଜିଟିଭିଟି ୨୦.୭୫% ଓ ସାପ୍ତାହିକ ପଜିଟିଭିଟି ୧୭.୦୩% ରହିଛି। କର୍ଣ୍ଣାଟକାରେ ସର୍ବାଧିକ ୫୦,୨୧୦, କେରଳରେ ୪୫,୪୪୯, ମହାରାଷ୍ଟ୍ରରେ ୪୦,୮୦୫, ତାମିଲନାଡୁରେ ୩୦,୫୮୦ ଓ ଗୁଜରାଟରେ ୧୬,୬୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକ ଭିତରେ କରୋନା ଆଉ ୪୩୯ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୪,୮୯,୮୪୮କୁ ବୃଦ୍ଧି ପାଇଛି । ଚଳିତ ୱେଭରେ ପ୍ରାଣ ହରାଇଥିବା ପ୍ରାୟ ୬୦% କରୋନା ରୋଗୀ ଟିକାର ଗୋଟିଏ ଡୋଜ୍‌ କିମ୍ବା ଆଦୌ ଟିକା ନେଇ ନଥିଲେ।୨୪ ଘଣ୍ଟାରେ ୨,୪୩,୪୯୫ ଜଣ କରୋନାକୁ ମାତ ଦେବାରୁ ଆରୋଗ୍ୟଙ୍କ ସଂଖ୍ୟା ୩,୬୮,୦୪,୧୪୫ ହୋଇଯାଇଛି । ଏବେ ବିଭିନ୍ନ ସ୍ଥାନରେ ୨୨,୪୯,୩୩୫ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି । ଆକ୍ଟିଭ କେସ୍‌ ୨୪ ଘଣ୍ଟାରେ ୬୨,୧୩୦ ବଢ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking