26.1 C
Bhubaneswar
Tuesday, May 7, 2024
Homeଖେଳବିଡବ୍‌ଲ୍ୟୁଏଫ୍ ଆଥଲେଟ୍ସ କମିଶନ୍‌ରେ ସିନ୍ଧୁ

ବିଡବ୍‌ଲ୍ୟୁଏଫ୍ ଆଥଲେଟ୍ସ କମିଶନ୍‌ରେ ସିନ୍ଧୁ

ନୂଆଦିଲ୍ଲୀ: ଭାରତର ଶୀର୍ଷ ମହିଳା ଶଟଲର୍ ତଥା ଦୁଇ ଦୁଇ ଥର ଅଲିମ୍ପିକ୍ସରେ ପଦକ ହାସଲ କରିଥିବା ପିଭି ସିନ୍ଧୁ ସୋମବାର ବିଶ୍ୱ ବ୍ୟାଡ୍‌ମିଣ୍ଟନ୍ ମହାସଂଘ (ବିଡବ୍‌ଲ୍ୟୁଏଫ୍‌) ଆଥଲେଟ୍ସ କମିଶନ୍‌ର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ସୋମବାର ସମୁଦାୟ ୬ ଜଣଙ୍କୁ ୨୦୨୧-୨୦୨୫ ପାଇଁ କମିଶନ୍‌ରେ ସଦସ୍ୟତା ପ୍ରଦାନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ସିନ୍ଧୁ ଅନ୍ୟତମ ବୋଲି ବିଡବ୍‌ଲ୍ୟୁଏଫ୍ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି । ଅନ୍ୟ ୫ ଜଣ ସଦସ୍ୟ ହେଲେ ଆମେରିକାର ଆଇରିସ୍ ୱାଙ୍ଗ୍‌, ନେଦରଲାଣ୍ଡ୍‌ସର ରବିନ୍ ଟାବେଲିଙ୍ଗ୍‌, ଇଣ୍ଡୋନେସିଆର ଗ୍ରେସିଆ ପୋଲିଲି, କୋରିଆର କିମ୍ ସୋୟିଓଙ୍ଗ୍ ଓ ଚୀନ୍‌ର ଝେଙ୍ଗ୍ ସି ୱେଇ । ଏହି ୬ ଜଣ ସଦସ୍ୟଙ୍କ ମଧ୍ୟରୁ କମିଶନ୍‌ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ମନୋନୀତ କରାଯିବ ।

ଏଥିସକାଶେ ଖୁବଶୀଘ୍ର କମିଶନ୍‌ର ସଦସ୍ୟମାନଙ୍କ ମଧ୍ୟରେ ବୈଠକ ହେବ । ଏହି ସମସ୍ତ ସଦସ୍ୟଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଡବ୍‌ଲ୍ୟୁଏଫ୍ ପକ୍ଷରୁ ସୂଚନା ଦିଆଯାଇଛି । ୨୬ ବର୍ଷୀୟା ସିନ୍ଧୁ ଗତ ରିଓ ଅଲିମ୍ପିକ୍ସରେ ଭାରତ ପାଇଁ ରେକର୍ଡ ରୌପ୍ୟ ପଦକ ଜିତିବା ସହ ଗତ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ଏହାଛଡ଼ା ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ସିନ୍ଧୁ ଗତ ୨୦୧୯ରେ ଐତିହାସିକ ସ୍ୱର୍ଣ୍ଣ ଜିତିବା ସହ ଦୁଇ ଥର ରୌପ୍ୟ ଓ ଦୁଇ ଥର ବ୍ରୋଞ୍ଜ୍ ପଦକ ମଧ୍ୟ ଜିତିପାରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking