32.1 C
Bhubaneswar
Friday, April 26, 2024
Homeଅପରାଧନବବିବାହିତା ବୋହୁ ସହ ଶାଶୁ -ନଣନ୍ଦ କଲେ ଏପରି କାର୍ଯ୍ୟ ଜାଣିଲେ ମୁଣ୍ଡରେ ହାତ ଦେବେ...

ନବବିବାହିତା ବୋହୁ ସହ ଶାଶୁ -ନଣନ୍ଦ କଲେ ଏପରି କାର୍ଯ୍ୟ ଜାଣିଲେ ମୁଣ୍ଡରେ ହାତ ଦେବେ ..

ଇନ୍ଦୋର: ଆଜି ର ବିଜ୍ଞାନ ଯୁଗରେ ବି ଲୋକେ ଏପରିକିଛି ନୀଚ ମାନସିକତା ରଖନ୍ତି ଯାହା ଜାଣିଲେ ଆପଣ ବି ମୁଣ୍ଡରେ ହାତ ଥୋଇ ବସିବେ ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋରରେ | ଶାଶୁ ଓ ନଣନ୍ଦଙ୍କ ଦ୍ୱାରା ଏକ ନବବିବାହିତାର କୁମାରୀତ୍ୱ ପରୀକ୍ଷା କରାଯିବା ଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି | କୁମାରୀତ୍ୱ ପରୀକ୍ଷା କରିବା ପାଇଁ ଏହି ନବବିବାହିତାଙ୍କୁ କୁହାଯାଇଥିବା ବେଳେ ସେ ଏଥିପାଇଁ ରଜିହୋଇନଥିଲେ | ପରେ ତାଙ୍କୁ ଦେଢଶୁର ଦୁଷ୍କର୍ମ କରିଥିବାର ସେ ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ମୁତାବକ ୩୦ ବର୍ଷୀୟ ପୀଡିତାଙ୍କର ୨୦୧୭ ମସିହା ମେ ମାସରେ ବିବାହ ହୋଇଥିଲା | ଶାଶୂଘରେ ପ୍ରଥମ ଦିନରେ ଶାଶୂ ଓ ନଣନ୍ଦ ତାଙ୍କର କୁମାରୀତ୍ୱ ପରୀକ୍ଷା କରିଥିଲେ |ପୀଡିତା ଜଣକ ଯେତେବେଳେ ତାଙ୍କ ସ୍ୱାମୀଙ୍କୁ ଏବାବଦରେ କହିଥିଲେ ଯେ ସେତେବେଳେ ଶାଶୂଘର ପକ୍ଷରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା | ଏହା ପରେ କାହାକୁ କିଛି ନ କହି ପୀଡିତା ଜଣକ ନିଜ ବାପଘରକୁ ପଳାଇଆସିଥିଲେ |
ବାପଘରେ ପୀଡିତାଙ୍କ ମା ଓ ବାପ ରହୁଥିବାବେଳେ ତାଙ୍କ ମାଙ୍କୁ ପୀଡିତ ସବୁ କଥା ଜଣାଇଥିଲେ କିନ୍ତୁ ମା ପକ୍ଷାଘାତ ରୋଗରେ କୋମାକୁ ଚାଲିଯାଇଥିଲେ | ବିବାହ ପରେ ଜୀବନରେ ଘଟିଯାଇଥିବା ଏସବୁ ଖରାପ ମୁହୂର୍ତ୍ତକୁ ମନେପକାଇ ସବୁବେଳେ କାନ୍ଦୁଥିଲେ ବି କାହାକୁ କିଛି କହୁ ପାରୁନଥିଲେ | ଏହାପରେ ବାପା ଝିଅର ଏ ଅବସ୍ଥା ଦେଖି ରାଣ ଦେଇ ଉଦାସ ରହିବାର କାରଣ ବାବଦରେ ପଚାରିଥିଲେ | ବାପାଙ୍କୁ ଝିଅ ସବୁ କିଛି କହିବା ପରେ ପୁଲିସରେ ଝିଅର ବାପା ଅଭିଯୋଗ କରିଛନ୍ତି |ଏଭଳି ମାମଲା କୁ ଶୁଣି ପୋଲିସ ବି ହାତବାକ ହେବ ସହ ଘଟଣା ର ତଦନ୍ତ କରୁଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking