26.1 C
Bhubaneswar
Friday, March 29, 2024
Homeଓଡିଶାକର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧୩ ମୃତ

କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧୩ ମୃତ

ବେଙ୍ଗାଲୁରୁ : ଦିନକୁ ଦିନ ସଡକ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ବେପରୁ ଗାଡି ଚାଳନା କାରଣରୁ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ହେଉଥିବା ଜଣାପଡିଛି । କର୍ଣ୍ଣାଟକର ତୁମକୁରୁ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଶୁକବ୍ରାର ଦିନ ବେଙ୍ଗାଲୁରୁ-ମାଙ୍ଗାଲୁରୁ ଜାତୀୟ ରାଜପଥ ଅନ୍ତର୍ଗତ ବାଲ୍ୟାଦକେରେ ଗାଁରେ ସଡ଼କ ଦୁର୍ଘଟଣା ଯୋଗୁଁ ୫ ମହିଳା ଏବଂ ୨ ଛୋଟ ପିଲାଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ସାକଳେ ଏନେଇ ସୂଚନା ମିଳିଛି ।
ଚାରିଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏସୟୁଭି କାରଟି ଆଉ ଏକ ଏସୟୁଭି କାରକୁ ଧକ୍କା ଦେଇଥିଲା । ଏହାପରେ ଡିଭାଇଡରରେ ପିଟି ହୋଇଥିଲା ଏସୟୁଭି କାରଟି । କୁନିଗାଲରେ ରାତି ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି ତୁମାକୁରୁ ଥାନା ଅଧିକାରୀ ଭାମସି କୃଷ୍ଣ କହିଛନ୍ତି ।
ମୃତ ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ ତାମିଲନାଡୁର କୃଷ୍ଣଗିରିର । ଏଥିରେ ଚାରି ବର୍ଷର ଛୋଟ ଛୁଆ ଏବଂ ବର୍ଷକର ଛୋଟ ଛୁଆ ବ୍ୟତୀତ ଚାରି ପୁରୁଷ ଏବଂ ଚାରି ମହିଳା ଅନ୍ତର୍ଭୁକ୍ତ ଥିଲେ । ଧର୍ମଶାଳା ତୀର୍ଥଯାତ୍ରୀ ସହରରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି । ଅନ୍ୟ ତିନିଜଣ ଆହତ ବେଙ୍ଗାଲୁରୁରୁ ଧର୍ମଶାଳା ଅଭିମୁଖେ ଯାଉଥିଲେ । ଏମାନଙ୍କୁ ଚିକିତ୍ସା ପାଇଁ ତୁମାକୁରୁ ଏବଂ ବେଙ୍ଗାଲୁରୁ ମଧ୍ୟରେ ଥିବା ନେଲାମାଙ୍ଗାଲାର ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking