29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମହାମାରୀ ସମୟରେ ଭାରତର ସହାୟତା ଭୁଲି ହେବନାହିଁ : ବ୍ଲିଙ୍କେନ୍‌

ମହାମାରୀ ସମୟରେ ଭାରତର ସହାୟତା ଭୁଲି ହେବନାହିଁ : ବ୍ଲିଙ୍କେନ୍‌

ୱାଶିଂଟନ୍ : କରୋନା ମହାମାରୀର ପ୍ରାଥମିକ ପର୍ଯ୍ୟାୟରେ ଭାରତ ଆମେରିକାକୁ ଯେଭଳି ସହାୟତା ପ୍ରଦାନ କରିଥିଲା ତାହା ଭୁଲି ହେବନାହିଁ ବୋଲି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍ କହିଛନ୍ତି । ସେ କହିଛନ୍ତି, ସେତେବେଳେ ଭାରତ ଯେଭଳି ଆମେରିକାକୁ ସହାୟତାର ହାତ ବଢ଼ାଇଥିଲା, ଏବେ ଆମେରିକା ମଧ୍ୟ ଭାରତକୁ ଅନୁରୂପ ସହାୟତା ଦେବାକୁ ପ୍ରସ୍ତୁତ ଅଛି । କୋଭିଡ୍ ମୁକାବିଲାରେ ଭାରତ-ଆମେରିକା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଆମେରିକା ଗସ୍ତରେ ଯାଇଥିବା ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତ ଶୁକ୍ରବାର ରାତିରେ ବ୍ଲିଙ୍କେନ୍‌ଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ଏବଂ କରୋନାର ମୁକାବିଲାରେ ପରସ୍ପରକୁ ସହାୟତା ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଡକ୍ଟର ଜୟଶଙ୍କର କହିଛନ୍ତି, ବିଭିନ୍ନ ଦ୍ୱିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା ହୋଇଛି । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପରିସ୍ଥିତି, କ୍ୱାଡ୍ ସଙ୍ଗଠନ, ଆଫଗାନିସ୍ତାନ ଓ ମିଆଁମାର୍ ପରିସ୍ଥିତି ଆଦି ବିଭିନ୍ନ ପ୍ରସଙ୍ଗରେ ବିଷଦ ଆଲୋଚନା ହୋଇଥିଲା । ବିଶେଷକରି ଭାରତ-ଆମେରିକା ଭ୍ୟାକ୍ସିନ୍ ଭାଗିଦାରୀ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking