38.1 C
Bhubaneswar
Friday, April 26, 2024
Homeଖେଳ୨୦୨୦ ଆଇପିଏଲ୍ ଲିଗ-୧୩ ମାର୍ଚ୍ଚ ୨୯ରୁ ଆରମ୍ଭ

୨୦୨୦ ଆଇପିଏଲ୍ ଲିଗ-୧୩ ମାର୍ଚ୍ଚ ୨୯ରୁ ଆରମ୍ଭ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ପାଇଁ ସୂଚୀ ଜାରି ହୋଇଛି । ଚଳିତ ବର୍ଷ ଆଇପିଏଲ୍ ମାର୍ଚ୍ଚ ୨୯ରୁ ଆରମ୍ଭ ହେବ । ଗତ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଆସନ୍ତା ମାର୍ଚ୍ଚ ୨୯ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ-୧୩ର ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଖେଳିବ । ମ୍ୟାଚ ସୂଚୀ ଫ୍ରାଞ୍ଚାଇଜକୁ ପଠାଇ ଦିଆଯାଇଛି । ଏହାର ଘୋଷଣା ପରେ କରାଯିବ । ଉଦଘାଟନୀ ମ୍ୟାଚର ପରବର୍ତ୍ତୀ ଦିନ ଅର୍ଥାତ ମାର୍ଚ୍ଚ ୩୦ରେ ଦିଲ୍ଲୀ କ୍ୟାପିଟାଲସ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଦିଲ୍ଲୀରେ ମ୍ୟାଚ୍ ଖେଳାଯିବ ।

ନିଜର ପ୍ରଥମ ମ୍ୟାଚ ଏପ୍ରିଲ ୧ ତାରିଖରେ ମୁମ୍ବାଇ ଇଣ୍ଡିଆନ ବିପକ୍ଷରେ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ସନରାଇଜର୍ସ ଟିମ ୧୪ଟି ମ୍ୟାଚ ଖେଳିବ । ନିଜର ଶେଷ ଗ୍ରୁପ ମ୍ୟାଚ କୋଲକତାରେ ନାଇଟ ରାଇଡର୍ସ ବିପକ୍ଷରେ ଇଡେନ ଗାର୍ଡେନରେ ଖେଳିବ । ଟିମର ଟୁଇଟର ସାଇଟରେ ଦିଆଯାଇଥିବା ଜଣାପଡିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏଥର ଶନିବାର ଦିନ ଗୁଡ଼ିକରେ ୨ଟି ଲେଖାଏଁ ମ୍ୟାଚ ଖେଳାଯିବ ନାହିଁ। ଏହି କାରଣରୁ ଚଳିତ ସଂସ୍କରଣର ଲିଗ ମ୍ୟାଚ୍ ୪୪ ଦିନ ବଦଳରେ ୫୦ ଦିନ ଖେଳାଯିବ।

ଲିଗ୍ ପର୍ଯ୍ୟାୟରେ ମୋଟ୍ ୫୬ଟି ମ୍ୟାଚ୍ ଖେଳାଯିବ। ଆଇପିଏଲର ପ୍ରଥମ ମ୍ୟାଚ ମାର୍ଚ୍ଚ ୨୯ରେ ଖେଳାଯିବ । ସେହି ଦିନ ୨ଟି ମ୍ୟାଚ ଖେଳାଯିବ । ଫାଇନାଲ ମ୍ୟାଚ ମେ’ ମାସ ୧୭ ତାରିଖରେ ଖେଳାଯିବା ଅଛି । ଏହାରି ମଧ୍ୟରେ ଆଇପିଏଲର ଟିମ ସନରାଇଜର୍ସ ହାଇଦ୍ରାବାଦର ଆଇପିଏଲ-୧୩ର ପୂରା ସୂଚୀ ଜାରି କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking