28.1 C
Bhubaneswar
Friday, March 29, 2024
Homeଓଡିଶାଆପଣଙ୍କ ବ୍ଲଡ ପ୍ରେସର ହାଇ କିମ୍ବା ଲୋ ହେଉଛି କି ତେବେ ଜାଣି ରଖନ୍ତୁ.....

ଆପଣଙ୍କ ବ୍ଲଡ ପ୍ରେସର ହାଇ କିମ୍ବା ଲୋ ହେଉଛି କି ତେବେ ଜାଣି ରଖନ୍ତୁ…..

ଭୁବନେଶ୍ୱର: ଭାରତରେ ରକ୍ତଚାପର ସମସ୍ୟା ଅତି ସାଧାରଣ । ପ୍ରାୟ ଲୋକଙ୍କ ପାଖରେ ଏହି ସମସ୍ୟା ଦେଖାଦେଇଥାଏ । ଦେଶରେ ଅଧାରୁ ଅଧିକ ଲୋକ ଏହି ରୋଗରେ ପୀଡ଼ିତ ହୋଇଛନ୍ତି । ଉଚ୍ଚ ରକ୍ତଚାପ ଶରୀରର ରକ୍ତ ପ୍ରବାହ ଉପରେ ପ୍ରଭାବ ପକାଇଥାଏ । ଶରୀରର ରକ୍ତବାହିକା ଉପରେ ପ୍ରଭାବ ପଡ଼ିବାରୁ କିଡନି ଜନିତ ସମସ୍ୟା, ହୃଦ୍ ଜନିତ ସମସ୍ୟା ଦେଖା ଯାଇଥାଏ । ରକ୍ତଚାପ ଥିବା ରୋଗୀଙ୍କ ଜୀବନ ପ୍ରତି ଅଧିକ ବିପଦ ଥିବା ବେଳେ ଏଥିରୁ ମୁକ୍ତିପାଇବା ପାଇଁ ଏହି ଜିନିଷ ସବୁ ଖାଆନ୍ତୁ….
୧. ସିଝା କ୍ଷୀରରେ ଅଧିକ ପରିମାଣରେ କ୍ୟାଲ୍ସିୟମ ଏବଂ ଭିଟାମିନ୍ ଡି ରହିଥାଏ । ଏହା ଉଚ୍ଚ ରକ୍ତଚାପକୁ କମାଇଥାଏ । ପ୍ରତିଦିନ ଗୋଟେ ଗ୍ଲାସ ସିଝା କ୍ଷୀର ପିଇବା ଦ୍ୱାରା ଏକ ତୃତୀୟାଂଶ ଭାଗ ରକ୍ତଚାପ କମ ହୋଇଥାଏ ।
୨. ସମସ୍ତେ ତରଭୁଜ ଖାଇବାକୁ ଭଲ ପାଇଥାନ୍ତି । ଏହା ରକ୍ତଚାପକୁ ନିୟନ୍ତ୍ରିତ କରି ରଖିବା ସହ ମହାଧମନୀ ଏବଂ ହୃତପିଣ୍ଡ ଉପରେ ପଡ଼ୁଥିବା ଚାପକୁ କମ କରିଥାଏ ।
୩. ଖାଲି ପେଟରେ କଦଳୀ ଖାଇବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି । ଏଥିରେ ପୋଟାସିୟମର ପରିମାଣ ଅଧିକ ଥିବା ସହ ପ୍ରତିଦିନ ଗୋଟେ କଦଳୀ ଖାଇବା ଦ୍ୱାରା ୧ ପ୍ରତିଶତ କ୍ୟାଲସିୟମ,୮ପ୍ରତିଶତ ମ୍ୟାଗ୍ନେସିୟମ ଏବଂ ୧୨ ପ୍ରତିଶତ ପୋଟାସିୟମ ଶରୀରକୁ ମିଳିଥାଏ ।
୪. ରକ୍ତଚାପ ଥିବା ରୋଗୀମାନଙ୍କୁ ଜାମୁକୋଳି ଖାଇବା ପାଇଁ କୁହାଯାଇଥାଏ । ଏଥିରେ ଫ୍ଲାଭୋନଏଡର ପରିମାଣ ଅଧିକ ଥିବାରୁ ଏହା ଶରୀରରୁ ହୃଦଜନିତ ସମସ୍ୟା ଦୂର କରିଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ରକ୍ତଚାପକୁ କମାଇଥାଏ ।
୫. ଖରାଦିନେ ପ୍ରତିଦିନ ଥଣ୍ଡା ଦହି ପିଅନ୍ତୁ । ଦହି ପିଇବା ଦ୍ୱାରା ଶରୀରରେ ଜଳୀୟଅଂଶ ଠିକ୍ ରହିବା ସହ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇ ରହିଥାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking