30.1 C
Bhubaneswar
Thursday, May 9, 2024
Homeନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ-୨୦୨୪ଭାରତୀୟ ରାଜନୀତି ଓ ଜଣେ ବିଚକ୍ଷଣ ଜନନେତା : ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ଭାରତୀୟ ରାଜନୀତି ଓ ଜଣେ ବିଚକ୍ଷଣ ଜନନେତା : ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରେ ଅଗ୍ରଣୀ ତଥା ଓଡିଶାର ବୀରପୁତ୍ର ସୁଭାଷ ଚନ୍ଦ୍ର ବୋଷଙ୍କୁ କିଏବା ନଜାଣେ । ତାଙ୍କର ବଳିଷ୍ଠ ନେତୃତ୍ୱ ଲାଗି ସେ ଦେଶ ତଥା ଦେଶ ବାହାରେ ଖୁବ୍ ପରିଚିତ । ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକ ଜିଲ୍ଲା ଓଡିଆ ବଜାର ଠାରେ ତାଙ୍କର ଜନ୍ମ ହୋଇଥିଲା । ପିତା ଜାନକୀ ନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ ଠାରୁ ଏହି ଦିନରେ ଜନ୍ମଗ୍ରହଣ କରିଥିଲେ ସୁଭାଷ । ତାଙ୍କ ପିତା ବତ୍ତିରେ ଜଣେ ଆଇନଜୀବୀ ହୋଇଥିବା ବେଳେ ସେ ୧୪ ଜଣ ଭାଇ ଭଉଣୀଙ୍କ ମଧ୍ୟ ନବମରେ ଥିଲେ ।ପରେ ପିତାଙ୍କ ବାଧ୍ୟବାଧ୍ୟକତାରେ ସେ ବିଲାତ ଯାଇ ୧୯୨୧ ମସିହାରେ ଆଇ.ସି.ଏସ ପରୀକ୍ଷାରେ ୪ର୍ଥ ସ୍ଥାନରେ ରହି ଉତ୍ତୀର୍ଣ୍ଣ ହୋଇଥିଲେ । ପରବର୍ତ୍ତୀ ସମୟରେ ୧୯୨୧ ମସିହାରେ ଭାରତରେ ଘଟିଥିବା ଜାଲିୱାନାବାଗ ହତ୍ୟାକାଣ୍ଡ ଫଳରେ ସୁଭାଷ ଅଧାରୁ ଆଇ.ସି.ଏସ୍ ପ୍ରଶିକ୍ଷଣ ଛାଡି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ।ଭାରତ ଆସି ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସର କମିଟିର ସମ୍ପାଦକ ହୋଇଥିଲେ । ପରେ ୧୯୨୪ ମସିହାରେ କଲିକତା ମହାନଗରୀର ମେୟର ହୋଇଥିଲେ । ୧୯୩୦ ମସିହା ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ନେତାଜୀଙ୍କ ଗିରଫ କରାଯାଇଥିବା ବେଳେ ପରେ ୧୯୩୧ । ମସିହାରେ ଗାନ୍ଧୀ-ଇରୱିନ୍ ଚୁକ୍ତି ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା ।ଅହିଂସା ନୀତିରେ ବିଶ୍ୱାସ କରୁଥିବା ନେତାଜୀ ଭାରତକୁ ଇଂରେଜ କବଳରୁ ମୁକ୍ତ କରିବା ଲାଗି ଜର୍ମାନୀର ନାଜି ଶାସକ ହିଟଲରଙ୍କୁ ସାହାର୍ଯ୍ୟ ମାଗିଥିଲେ । ବର୍ଲିନ ଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କରିବା ସହିତ ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ମଧ୍ୟ ଗଠନ କରିଥିଲେ । ସେହି ସମୟରେ ସୁଦୂର ବର୍ଲିନରୁ ଆଜାନ୍ଦ ହିନ୍ଦ ରେଡିଓ ମାଧ୍ୟମରେ ଭାରତବାସୀଙ୍କୁ ଏକ ଆହ୍ୱାନ ହେଇଥିଲେ ।“ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏହି ଉକ୍ତିଟିକୁ କହି ନେତାଜୀ ଇଂରେଜମାନଙ୍କ ବିରୋଧରେ ଭାରତବାସୀଙ୍କୁ ଏକଜୁଟ କରିପାରିଥିଲେ ।ଉଲ୍ଲେଖଯୋଗ୍ୟ, ସୁଭାଷ ବୋଷ ତଥା ନେତାଜୀ ସୁଭାଷ ବୋଷ ଭାବରେ ସେ ଖୁବ୍ ପରିଚିତ ମହାନାୟକଙ୍କ ଆଜିକୁ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ରହସ୍ୟ ଘେରରେ ରହିଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking