37.1 C
Bhubaneswar
Monday, May 20, 2024
Homeଦେଶ ବିଦେଶନୂଆ ଅବତାରରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆ ଅବତାରରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲାକ୍ଷାଦ୍ୱୀପ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦୁଃସାହସିକ କାର୍ଯ୍ୟର ଆଉ ଏକ ଉଦାହରଣ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭେଟିଦେଇଛନ୍ତି । ଏଠାରେ ସେ ଗଭୀର ସମୁଦ୍ର ଜଳ ରାଶି ମଧ୍ୟରେ ସ୍ନୋରକେଲିଂ କରୁଥିବା ଦେଖିବାକୁ ମିଳିଛି । ଅଭିଜ୍ଞ ସ୍ନୋରକେଲରଙ୍କ ସହ ମୁହଁରେ ସ୍ନୋରକେଲ୍ ଲଗାଇ ସେ ସମୁଦ୍ରରେ କିଛି ସମୟ ପହଁରିଥିଲେ । ନିଜ ସୋସିଆଲ ମିଡିଆରେ ସେ ଏସମ୍ପର୍କରେ ସୂଚନା ଦେବା ସହ କିଛି ଫଟୋ ଅପଲୋଡ୍ କରିଛନ୍ତି ।

ଏଥିରେ ମୋଦୀ ସ୍ଥାନୀୟ ପ୍ରିଷ୍ଟିନେ ସମୁଦ୍ର ବେଳାଭୂମୀରେ ଏକାନ୍ତରେ ଚାଲିବା ସହ କିଛି ସମୟ ବସିଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ଡିସକଭରୀ ଚ୍ୟାନେଲରେ ପ୍ରସାରିତ ତଥା ବିଅର ଗ୍ରିଲ୍ସଙ୍କ ଦ୍ୱାରା ଉପସ୍ଥାପିତ ମ୍ୟାନ୍ ଭର୍ସେସ୍ ୱାଇଲ୍ଡ ନାମକ ଏକ ଆଡଭେଞ୍ଚରପୂର୍ଣ୍ଣ କାର୍ଯ୍ୟକ୍ରମରେ ମଧ୍ୟ ମୋଦୀ ସାମିଲ ହୋଇ ଦୁଃସାହିସିକ କାମ କରୁଥିବା ଦେଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking