29.1 C
Bhubaneswar
Sunday, May 5, 2024
Homeକରୋନାକରୋନା ଦ୍ୱିତୀୟ ଲହରରେ ୭୩୦ ଡାକ୍ତରଙ୍କ ମୃତ୍ୟୁ

କରୋନା ଦ୍ୱିତୀୟ ଲହରରେ ୭୩୦ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଇଣ୍ଡିଆନ ମେଡିକାଲ ଆସୋସିଏସନ ସୂଚନା ଦେଇଛି ଯେ, କରୋନା ମହାମାରୀର ଦ୍ୱିତୀୟ ଲହରରେ ୭୩୦ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଆସୋସିଏସନ କହିଛି ଯେ, ବିହାରରେ ସବୁଠୁ ଅଧିକ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଆସୋସିଏସନ ହିସାବରେ ବିହାରରେ ୧୧୫ ଡାକ୍ତର ପ୍ରାଣ ହରାଇଛନ୍ତି । ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ ରହିଛି, ଯେଉଁଠି ୧୦୯ ଡାକ୍ତରଙ୍କ ମୃତ୍ୟୁର କାରଣ କରୋନା ରହିଛି । ଇଣ୍ଡିଆନ ମେଡିକାଲ ଆସୋସିଏସନ କହିଛି, ଉତ୍ତରପ୍ରଦେଶରେ ୭୯, ଆନ୍ଧ୍ରପ୍ରଦେଶରେ ୩୮ ଓ ତେଲେଙ୍ଗାନାରେ ୩୭ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୨୩ ଓ ମଧ୍ୟପ୍ରଦେଶରେ ୧୬ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।
କରୋନାର ଦ୍ୱିତୀୟ ଲହରରେ ହୋଇଥିବା ଡାକ୍ତରଙ୍କ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧୀ ସମବେଦନା ଜଣାଇଛନ୍ତି । କହିରଖୁଛୁ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣର ୬୨୨୨୪ ନୂଆ ମାମଲା ସାମ୍ନାକୁ ଆସିଛି । ନୂଆ ମାମଲା ସାମ୍ନାକୁ ଆସିବା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୯୬୩୩୧୦୫ ହୋଇଛି । ଗତ ୨୪ ଘଣ୍ଟାରେ ୨୫୪୨ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, କରୋନାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୩୭୯୫୭୩ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking