34.1 C
Bhubaneswar
Thursday, April 25, 2024
Homeଓଡିଶାଜୁଲାଇ ୨୫ ଯାଏଁ ଶ୍ରୀମନ୍ଦିର ବନ୍ଦ

ଜୁଲାଇ ୨୫ ଯାଏଁ ଶ୍ରୀମନ୍ଦିର ବନ୍ଦ

ପୁରୀ: ରଥଯାତା ଭଳି ଏଥର ବିନା ଭକ୍ତରେ ଅନୁଷ୍ଠିତ ହେବ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ରଥଯାତ୍ରା ପରେ ଦର୍ଶନ ପ୍ରସଙ୍ଗରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ, କ୍ରୀଷନ କୁମାର ସୂଚନା ପ୍ରଦାନ କରିଛନ୍ତି । ପୂର୍ବରୁ ବିନା ଭକ୍ତରେ ରଥଯାତ୍ରା ହେବ ବୋଲି ଘୋଷଣା ସରିଛି ।

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ଆଉ ମାତ୍ର ହାତରେ କିଛି ଦିନ ବାକି ରହିଥିବା ବେଳେ ଶ୍ରୀ ଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚୂଡାନ୍ତ ହୋଇଛି ପ୍ରସ୍ତୁତି ।

ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ର୍ନିଘଣ୍ଟର ସମସ୍ତ ମଧ୍ୟ ସ୍ଥିର କରାଯାଇଛି । ଏହା ଉପରେ କେବଳ ଛତିଶା ନିଯୋଗର ଅନୁମୋଦନ ବାକି ରହିଛି । ଗତ କାଲି ଶ୍ରୀ ମନ୍ଦିର ଉପ ମୁଖ୍ୟ ପ୍ରଶାସନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ମହାପ୍ରଭୁଙ୍କ ନୀତି ର୍ନିଘଣ୍ଟ ସମୟ ବିଷୟରେ ଆଷଳାଚନା କରାଯାଇଥିଲା ।

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି ଦେବସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ରାତିରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବ । ଏଥିପାଇଁ ରାତି ସାଢେ ଗୋଟାଏରୁ ୪ ଟା ମଧ୍ୟରେ ମହାପ୍ରଭୁ ସ୍ନାନ ବେଦିକୁ ବିଜେ କରିବେ ବୋଲି ଜଣାପଡିଛି ।

ଏହାଛଡା ସ୍ନାନ ଯାତ୍ରା ଠାରୁ ଆରମ୍ଭ କରି ଅନସର ନୀତି ପର୍ଯ୍ୟନ୍ତି ସବୁ ନୀତିକାନ୍ତିର ସମୟ ଧାର୍ଯ୍ୟ କରାଯାଇଛି ଏହି ବୈଠକରେ ।

ତେବେ ଚଳିତ ବର୍ଷ ଭକ୍ତଶୂନ୍ୟ ସ୍ନାନ ଯାତ୍ରା ହେବାକୁ ଯାଉଛି ପୂର୍ବ ବର୍ଷ ଭଳି କେବଳ ଆବଶ୍ୟକ ସେବାୟତ ମାନଙ୍‌କ ଦ୍ୱରା ହିଁ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ସ୍ନାନ ଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ମଧ୍ୟ କରାଯି କୋଭିଡ୍ ନେଗେଟିଭ୍ ଥିବା ସେବାୟତ ମାନେ ହିଁ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନୀତିକାନ୍ତିରେ ସାମିଲ ହୋଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking