30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶରୁଷରୁ ତେଲ କିଣିବନି ଭାରତ

ରୁଷରୁ ତେଲ କିଣିବନି ଭାରତ

ନୂଆଦିଲ୍ଲୀ : ରୁଷ ଠାରୁ ଆଉ ଅଶୋଧିତ ତେଲ କିଣି ନପାରେ ଭାରତ। କାରଣ ତେଲ କିଣିବା ପାଇଁ ପରିବହନ ଖର୍ଚ୍ଚ ଅଧିକ ହେଉଛି । ଏଥିପାଇଁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଭାରତୀୟ ବିଶୋଧନ କମ୍ପାନଗୁଡ଼ିକ ରୁଷ ଠାରୁ ତେଲ କିଣିବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରୁଷ ପରିବର୍ତ୍ତେ ଆଫ୍ରିକା ଓ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରୁ ତେଲ କିଣିବା ପାଇଁ ଭାରତ ଚିନ୍ତା କରୁଛି। ପରିବହନରେ ସମସ୍ୟା ଯୋଗୁ ଭାରତ ରୁଷ ଠାରୁ ବହୁତ କମ ତେଲ ଆମଦାନୀ କରିଥାଏ। ଯୁକ୍ରେନ୍ ଯୁଦ୍ଧ ପରେ ରୁଷ ଶସ୍ତାରେ ତେଲ ଦେବାକୁ ପ୍ରତିଶ୍ରୁତି ଦେବାରୁ ଭାରତ ତା’ ଠାରୁ ବିପୁଳ ମାତ୍ରାରେ ତେଲ କିଣିଥିଲା। ଚୀନ ପରେ ବିଶ୍ୱରେ ଭାରତ ହିଁ ଋଷ ଠାରୁ ସର୍ବାଧିକ ତୈଳ ଆମଦାନୀ କରିଥାଏ।

ୟୁକ୍ରେନ୍ ଯୁଦ୍ଧ ପରେ ପଶ୍ଚିମ ରାଷ୍ଟ୍ରଗୁଡ଼ିକ ରୁଷ ଠାରୁ ସମସ୍ତ ବ୍ୟବସାୟ ବନ୍ଦ କରିଦେଇଥିଲେ। ଏଭଳି ସମୟରେ ଦେଶର ଅର୍ଥନୀତି ମଜଭୁତ ରଖିବା ପାଇଁ ମିତ୍ର ରାଷ୍ଟ୍ରଗୁଡ଼ିକୁ ଶସ୍ତାରେ ତେଲ ଯୋଗାଇ ଦେଇଥିଲା ରୁଷ। ରୁଷ ଏହାର ଫାଇଦା ଭାରତ ଉଠାଇଥିଲା। ହେଲେ ଏବେ ପରିବହନ ମୂଲ୍ୟ ଅଧିକ ହେଉଥିବାରୁ ଭାରତରେ ଋଷ ତେଲର ଚାହିଦା କମୁଛି। ତେଣୁ ଭାରତୀୟ କମ୍ପାନୀଗୁଡ଼ିକ ଅାଫ୍ରିକୀୟ ଓ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକ ଠାରୁ ତେଲ କିଣୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking