32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବିଶ୍ୱର ୪ର୍ଥ ସବୁଠାରୁ ବୃହତ ବୈଦେଶିକ ମୁଦ୍ରା ଭଣ୍ଡାର ଦେଶ ଭାରତ

ବିଶ୍ୱର ୪ର୍ଥ ସବୁଠାରୁ ବୃହତ ବୈଦେଶିକ ମୁଦ୍ରା ଭଣ୍ଡାର ଦେଶ ଭାରତ

ନୂଆଦିଲ୍ଲୀ : ଭାରତ ବିଶ୍ୱର ୪ର୍ଥ ସବୁଠାରୁ ବୃହତ ବୈଦେଶିକ ମୁଦ୍ରା ଭଣ୍ଡାର ଦେଶ  । ଏହି କ୍ଷେତ୍ରରେ ଭାରତ ରୁଷକୁ ପଛରେ ପକାଇ ଏହି ସ୍ଥାନ ଅଧିକାର କରିଛି । ଭାରତ ପାଖରେ ବର୍ତ୍ତମାନ ୫୮୦.୩ ଅରବ ଡଲାର ବୈଦେଶିକ ମୁଦ୍ରା ଭଣ୍ଡାର ରହିଛି । କୋରନା ମହାମାରୀ କାରଣରୁ ପ୍ରତ୍ୟେକ ଦେଶ ବୈଦେଶିକ ମୁଦ୍ରା ଭଣ୍ଡାର ବଢାଇବାକୁ ଚେଷ୍ଟା କରୁଛନ୍ତି । ଭାରତ ଓ ରୁଷର ବୈଦେଶିକ ମୁଦ୍ର ଭଣ୍ଡାରରେ ବିଗତ କିଛି ମାସ ହେବ ବୃଦ୍ଧି ଜାରି ରହିଛି । ଗତବର୍ଷ ରୁଷର ମୁଦ୍ର ଭଣ୍ଡାରରେ ଅଧିକ ହ୍ରାସ ଯୋଗୁଁ ଭରତ ବର୍ତ୍ତମାନ ବିଶ୍ୱରେ ୪ର୍ଥ ସ୍ଥାନ ଲାଭ କରିଛି ।

ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ମାର୍ଚ୍ଚ ୫ ଶେଷ ହୋଇଥିବା ସପ୍ତାହ ପାଇଁ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୪.୩ ବିଲିୟନ ଡ଼ଲାରରୁ ୫୮୦.୩ ବିଲିୟନ ଡ଼ଲାରରେ ପହଞ୍ଚିଥିବାବେଳେ ରୁଷର ବୈଦେଶିକ ମୁଦ୍ରା ଭଣ୍ଡାର ଏହି ସମୟ ମଧ୍ୟରେ ୫୮୦.୧ ବିଲିୟନ ଡ଼ଲାରକୁ ହ୍ରାସ ପାଇଛି । ଏହି ତୀବ୍ର ହ୍ରାସ ଯୋଗୁଁ ଭାରତ ବର୍ତ୍ତମାନ ରୁଷିଆରଠାରୁ ଚତୁର୍ଥ ସ୍ଥାନରେ ରହିଛି ।

ବିଶ୍ୱର ବୃହତ୍ତମ ବୈଦେଶିକ ମୁଦ୍ରା ଭଣ୍ଡାର ଥିବା ଦେଶ ତାଲିକାରେ ଚୀନ୍ ଶୀର୍ଷରେ ରହିଛି । ଏହା ପରେ ଯଥାକ୍ରମେ ଜାପାନ ଏବଂ ସ୍ୱିଜରଲ୍ୟାଣ୍ଡ ରହିଛି ।  ଭାରତ ଚତୁର୍ଥ ସ୍ଥାନରେ ଏବଂ ଜଙ୍କଗ୍ଦଗ୍ଦସବ ଷରୁଷିଆ ପଞ୍ଚମ ସ୍ଥାନରେ ରହିଛି । ୧୮ ମାସ ଆମଦାନୀ ପାଇଁ ଭାରତରେ ଥିବା ବୈଦେଶିକ ମୁଦ୍ରା ସଂରକ୍ଷଣ ଯଥେଷ୍ଟ । ଭାରତୀୟ ଷ୍ଟକ୍ ମାର୍କେଟରେ ଏଫଆଇଆଇ ଦ୍ୱାରା ବିପୁଳ ପୁଞ୍ଜି ବିନିଯୋଗ ଏବଂ ଏଫଡିଆଇ ମାଧ୍ୟମରେ ପୁଞ୍ଜି ବିନିଯୋଗ ବୃଦ୍ଧି ହେତୁ ଭାରତର ଦ୍ୱାରା ମୁଦ୍ରା ଭଣ୍ଡାର ଏକ ରେକର୍ଡ ଉଚ୍ଚକୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking