28.1 C
Bhubaneswar
Friday, March 29, 2024
Homeଓଡିଶାବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ

ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ

ଭୁବନେଶ୍ୱର: ଭୁବନେଶ୍ୱରରେ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ଘୋଷଣା ହୋଇଛି । ଗଣମାଧ୍ୟମ ଆଗରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଏନେଇ ସୂଚନା ପ୍ରଦାନ କରିଛନ୍ତି । ହାଇକୋର୍ଟ ରାୟ ନଦେବା ଯାଏଁ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରହିବ ବୋଲି ସେ କହିଛନ୍ତି । ପୁରୁଣା ଦର ଅନୁସାରେ ଏବେ ଟିକସ ଆଦାୟ ହେବ । ରାଜଧାନୀ ଭୁବନେଶ୍ୱରରେ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ କୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ତରଫରୁ ବିଭିନ୍ନ ସମୟରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିଲା । ଏହାପରେ ସରକାର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସକୁ ସ୍ଥଗିତ ରଖିଛନ୍ତି । ହାଇକୋର୍ଟରେ ବର୍ତ୍ତମାନ ଏ ସଂପର୍କିତ ମାମଲା ଚାଲିଥିବାରୁ ହାଇକୋର୍ଟଙ୍କ ଶେଷ ରାୟ ନଆସିବା ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ସୂଚନା ପ୍ରଦାନ କରିଛନ୍ତି । ସାଧାରଣ ଲୋକେ ୧୦ ଗୁଣା ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ କିପରି ପୈଠ କରିବେ ସେନେଇ ବିରୋଧୀ ପ୍ରତିବାଦ କରିଥିଲେ । ଏହା ପ୍ରତ୍ୟାହାର ନହେବା ଯାଏଁ ପ୍ରଦିବାଦ ଜାରି ରହିବ ବୋଲି ଉଭୟ ବିଜେପି ଓ କଂଗ୍ରେସ ଚେତାବନୀ ଦେଇଥିଲେ । ବେଞ୍ଚମାର୍କ ବଢିଥିବାରୁ ବିଏମସି ଟିକସ ବଢାଇବାକୁ ନିଷ୍ପତ୍ତି ନେଇଥିଲା । ଏସଂପର୍କରେ ହାଇକୋର୍ଟରେ ମଧ୍ୟ ଏକ ମାମଲା ଦାୟର ହୋଇଛି । ଲୋକଙ୍କ ଭାବାବେଗକୁ ଦେଖି ମୁଖ୍ୟମନ୍ତ୍ରୀ ସ୍ଥଗିତ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ଓ କଂଗ୍ରେସ ତରଫରୁ ବିଏମସି ଅଫିସ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ଦେଖିବାକୁ ମିଳିଥିଲା । ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ଏହି ପ୍ରତିବାଦ ପହଂଚାଇବାକୁ ବିରୋଧୀ ମଧ୍ୟ ସଜବାଜ ହେଉଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking