23.1 C
Bhubaneswar
Tuesday, March 19, 2024
HomeUncategorizedସ୍ଵାଧୀନତା ଦିବସକୁ ନେଇ କିଛି ଜଣା ଅଜଣା କଥା

ସ୍ଵାଧୀନତା ଦିବସକୁ ନେଇ କିଛି ଜଣା ଅଜଣା କଥା

ନୂଆଦିଲ୍ଲୀ:୧୯୪୭ରେ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ଵତନ୍ତ୍ର ଗଣରାଜ୍ୟରେ ପରିଣତ ହେବାର ଦିବସକୁ ମନେପକାଇବା ପାଇଁ ପନ୍ଦର ଅଗଷ୍ଟରେ ଏକ ପ୍ରଧାନ ଜାତୀୟ ଦିବସ ଭାବରେ ପାଳନ କରାଯାଇଥାଏ । ଏହା ଭାରତର ଏକ ପ୍ରଧାନ ଜାତୀୟ ଦିବସ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ ଓ ଉତ୍ସବମାନ ଅୟୋଜନ କରାଯାଇଥାଏ । ରାଜଧାନୀ ଦିଲ୍ଲୀରେ ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିମନ୍ତେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇଥାନ୍ତି ଯାହା ଦେଶସାରା ଟି.ଭି.ରେ ଦେଖାଯାଇଥାଏ । ଏହି ଅଭିଭାଷଣରେ ସେ ଦେଶର ପ୍ରଗତି, ଅସୁବିଧା ଓ ତାହାର ସମାଧାନ ଓ ଆଗକୁ ହେବାକୁ ଥିବା ଉନ୍ନତି ଆଦି ବିଷୟରେ ବଖାଣିଥାନ୍ତି । ଭାରତୀୟ ସ୍ଵାଧୀନତା ସଙ୍ଗ୍ରାମ ଓ ସଂଗ୍ରାମୀମାନଙ୍କ ଉପରେ ମଧ୍ୟ ସେ ଅଭିଭାଷଣ ରଖିଥାନ୍ତି ।

୧୯୪୬ରେ, ବ୍ରିଟେନର ଶ୍ରମିକ ସରକାର ୨ୟ ବିଶ୍ଵଯୁଦ୍ଧରେ ବ୍ୟସ୍ତ ହୋଇ ପଡ଼ିଥିଲେ ଓ ନିଜ ଦେଶ ଓ ବିଦେଶୀ ସହଯୋଗ ତଥା ଭାରତୀୟ ସେନାର ସହଯୋଗରେ ମାତିଉଠିଥିବା ଭାରତୀୟମାନଙ୍କୁ ଦମନ କରିବାର ଆଶା ହରାଇଥିଲେ । ଏଣୁ ସେମାନେ ଭାରତରେ ଫିରିଙ୍ଗି ଶାସନର ଅନ୍ତ କରିବାକୁ ସିଦ୍ଧାନ୍ତ ନେଲେ ଓ ୧୯୪୭ର ଆରମ୍ଭରେ ୧୯୪୮ ଜୁନ ଆଗରୁ ବ୍ରିଟେନ ଭାରତରୁ ଶାସନ ଫେରାଇଆଣିବାର ସିଦ୍ଧାଣ ପୋଷଣ କଲା ।
ସ୍ୱାଧୀନତାର ଅନ୍ତରାଳରେ ଏମିତି କିଛି କଥା ରହିଛି ଯାହା ଆପଣଙ୍କୁ ଚମକାଇଦେବ । କିନ୍ତୁ ଏହା ସଂପୂର୍ଣ୍ଣ ସତ୍ୟ । ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାରତ ସ୍ୱାଧୀନତାର ବହୁ ଅଜଣା କଥା ।
୧- ଜାତୀୟ ସଂଗୀତ:
ଦେଶର ପ୍ରତ୍ୟେକ ଦେଶଭକ୍ତି ଅବସରରେ ଜାତୀୟ ସଂଗୀତକୁ ଗାନ କରାଯାଇଥାଏ । ଏହାକୁ ୧୯୧୧ରେ ରଚନା କରିଥିଲେ ମହାନ ସାହିତ୍ୟକ ରବିନ୍ଦ୍ରନାଥ ଟାଗୋର । ଯାହାକୁ ସ୍ୱୀକୃତି ଦେଇଥିଲେ କିଙ୍ଗ ଜର୍ଜ ଭି । ୧୯୫୦ରେ ଏହାକୁ ଅଫିସିଆଲ ଭାବେ ଜାତୀୟ ସଂଗୀତ ରୂପେ ଘୋଷଣା କରାଯାଇଥିଲା ।
୨-‘୧୫ ଅଗଷ୍ଟ’:
ଆପଣ ଜାଣିଛନ୍ତି ବହୁ ଚର୍ଚ୍ଚିତ ଅଗଷ୍ଟ ୧୫ ତାରିଖକୁ ପ୍ରଥମେ ପସନ୍ଦ/ଚୟନ କରିଥିଲେ ଶେଷ ଭାଇସରୟ ତଥା ଭାରତର ପ୍ରଥମ ଜେନେରାଲ ଗଭର୍ଣ୍ଣର ଲର୍ଡ ମାଉଣ୍ଟବାଟ୍ଟେନ । ଏହି ଦିନ ତଥା ୧୯୪୫ରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଶେଷାର୍ଦ୍ଧରେ ମିତ୍ର ଶକ୍ତି ଆଗରେ ସମର୍ପଣ କରିଥିଲା ଜାପାନ ।
୩-ନେହରୁ ଭାରତର ପ୍ରଥମ ନିର୍ବାଚିତ ପ୍ରଧାନମନ୍ତ୍ରୀ ନଥିଲେ:
ହଁ, ଏହା ମିଛ ଲାଗୁଥିଲେ ମଧ୍ୟ ସଂପୂର୍ଣ୍ଣ ସତ୍ୟ । ନିର୍ବାଚନ ଶେଷ ପରେ ନିର୍ବାଚିତ ପ୍ରତିନିଧିମାନେ ସର୍ଦ୍ଦାରବଲ୍ଲଭାଇ ପଟେଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରିଥିଲେ । କିନ୍ତୁ ନେହରୁ ଏହାକୁ ନାପସନ୍ଦ କରିଥିଲେ । ଯେହେତୁ ନେହରୁଙ୍କ ପ୍ରତି ମହାତ୍ମା ଗାନ୍ଧୀଙ୍କ ଉଦାରଭାବ ରହିଥିଲା । ତେଣୁ ସର୍ଦ୍ଦାର ପଟେଲ ଓହରିଯିବା ପାଇଁ କୁହାଯାଇଥିଲା ।
୪-୧୯୪୭ରେ ଟଙ୍କାର ମୂଲ୍ୟ:
୧୯୪୭ ଅଗଷ୍ଟ ୧୫ରେ ୧ ଟଙ୍କାର ମୂଲ୍ୟ ୧ ଡଲାର ରହିଥିଲା ବେଳେ ବତ୍ତର୍ମାନ ତଥା ୨୦୧୮ ଅଗଷ୍ଟ ୧୫ରେ ଏକ ଡଲାର ମୂଲ୍ୟ ରହିଛି ୭୦.୦୮ଟଙ୍କା ।
୫-ନେହରୁ ଜଣେ ଗ୍ଲୋବାଲ ପ୍ୟାସନ ଆଇକନ:
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ରହିଥିଲେ ଜଣେ ଗ୍ଲୋବାଲ ଷ୍ଟାଇଲ ଆଇକନ । ପ୍ରସିଦ୍ଧ ମାଗାଜିନ ‘ଭୋଗ୍’ରେ ନେହରୁଙ୍କ ପାରମ୍ପରିକ ତଥା ବହୁ ଚର୍ଚ୍ଚିତ ନେହରୁ ଜ୍ୟାକେଟ ପ୍ରଚ୍ଛଦପଟରେ ପ୍ରକାଶ ପାଇଥିଲା । ଯାହା ପାଶ୍ଚ୍ୟାତ୍ୟରେ ଏକ ଫ୍ୟାସେନ ଟ୍ରେଣ୍ଡରେ ପରିଣତ ହୋଇଥିଲା ।
୬-ସ୍ୱାଧିନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବାରେ ଏମ କରୁଣାନିଧି ପ୍ରଥମ ମୁଖ୍ୟମନ୍ତ୍ରୀ:
ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ରୂପେ ଏମ୍.କରୁଣାନିଧି ସ୍ୱାଧିନତା ଦିବସରେ ଜାତୀୟ ପତାକାଙ୍କୁ ଉତ୍ତୋଳନ କରିଥିଲେ । ୧୯୭୩ ପୂର୍ବରୁ ଏହାକୁ ରାଜ୍ୟର ରାଜ୍ୟପାଳମାନେ ଉତ୍ତୋଳନ କରୁଥିଲେ । କିନ୍ତୁ ୧୯୭୪ରେ କରୁଣାନିଧି ଏ ସଂପର୍କରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଜାତୀୟ ପତାକା ଉତ୍ତୋଳନ କରିବାର ସୌଭାଗ୍ୟଲାଭ କରିଥିଲେ ।
୭-ଭାରତ ବ୍ୟତିତ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ରୂପେ ପାଳନ କରନ୍ତି ବିଶ୍ୱ ଅନ୍ୟ ୫ ଦେଶ:
ଭାରତ ବ୍ୟତିତ ଅଗଷ୍ଟ ୧୫କୁ ସ୍ୱାଧିନତା ଦିବସରୂପେ ବିଶ୍ୱର ଅନ୍ୟ ୫ଟି ଦେଶ ପାଳନ କରିଥାଆନ୍ତି । ସେହି ଦେଶ ଗୁଡିକ ହେଲା, ବାହାରିନ, ଉତ୍ତର କୋରିଆ, ଦକ୍ଷିଣ କୋରିଆ, ଲିଙ୍କେନଷ୍ଟାଇନଏବଂ ଗଣତାନ୍ତ୍ରିକ କଂଗୋ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବହୁ ପୁରାତନ ତଥା ଉଚ୍ଚସଂସ୍କୃତି ସଂପର୍ଣ୍ଣ ଭାରତ ଶେଷ ୧ ଲକ୍ଷ ବର୍ଷ ମଧ୍ୟରେ ପ୍ରଥମେ କୌଣସି ଦେଶକୁ ଆକ୍ରମଣ କରିନାହିଁ । ଏହା ବିଶେଷକରି ଏକ ଶାନ୍ତି ପ୍ରିୟଦେଶ ଭାବେ ସାରା ବିଶ୍ୱରେ ପରିଚିତ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking