32.1 C
Bhubaneswar
Friday, May 3, 2024
Homeଅପରାଧପଶ୍ଚିମବଙ୍ଗରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା....ହେଲେ ପୋଲିସ କ’ଣ କରୁଛି ଦେଖନ୍ତୁ ଭିଡିଓ....

ପଶ୍ଚିମବଙ୍ଗରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା….ହେଲେ ପୋଲିସ କ’ଣ କରୁଛି ଦେଖନ୍ତୁ ଭିଡିଓ….

କୋଲକାତା : ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାର କଲିୟାଗଞ୍ଜରେ ଦୁଷ୍କର୍ମ ପରେ ଜଣେ ନାବାଳିକାକୁ ହତ୍ୟା କରାଯାଇଛି । ଏହାପରେ ଲୋଗାମ୍ବାର ସ୍ଥାନୀୟ ପ୍ରଶାସନ ପ୍ରତି ଲୋକଙ୍କର ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ଧାରଣା ଦେବା ଆରମ୍ଭ କରିଦେଇଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଏଭଳି କିଛି କରିଥିଲା, ଯାହାକୁ ନେଇ ବିଜେପି ନେତା ଅମିତ ମାଲବୀୟ ଟ୍ୱିଟ୍ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଛାତ୍ରୀଙ୍କ ପ୍ରତି ହୋଇଥିବା ଅପରାଧକୁ ନେଇ ବିରୋଧ କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ପୋଲିସ ଲାଠିଚାର୍ଜ କରୁଛି । କିନ୍ତୁ ଛାତ୍ରୀଙ୍କ ମୃତଦେହକୁ ରାସ୍ତାରେ ଘୋସାରି ଘୋସାରି ନେଇଯାଉଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓକୁ ଟ୍ୱିଟ୍ କରି ଅମିତ ମାଲବୀୟ କହିଛନ୍ତି, ଏହି ଭିଡିଓ ପଶ୍ଚିମବଙ୍ଗ ପୋଲିସ ସମ୍ବେଦନହୀନତାକୁ ଦର୍ଶାଉଛି । ଉତ୍ତର ଦିନାଜପୁରର କାଲିୟାଗଞ୍ଜରେ ରାଜବଂଶୀ ସମୁଦାୟର ଏକ ନାବାଳିକଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏହାପରେ ରାସ୍ତା ଉପରେ ପୀଡିତାଙ୍କ ମୃତଦେହକୁ ପୋଲିସ ଘୋସାରି ଘୋସାରି ନେଉଛି । ସେ କହିଛନ୍ତି ଏଭଳି ତରବର କରି ସେମାନେ ନିଜର ଅପରାଧ ଉପରେ ପରଦା ପକାଇବାକୁ ଚାହୁଁଛନ୍ତି ।

ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ କହିଛି, କିଶୋରୀ ଜଣକ ଗୁରୁବାର ସନ୍ଧ୍ୟାରୁ ନିଖୋଜ ଥିଲେ । ପରେ ସ୍ଥାନୀୟ ଲୋକ ତାଙ୍କ ମୃତଦେହ ଏକ ନାଳରେ ଭାସୁଥିବାର ଦେଖିବାକୁ ପାଇଥିଲେ । ଝିଅଟି ଗୁରୁବାର ସନ୍ଧ୍ୟାରେ ଟ୍ୟୁସନ୍ ପଢିବାକୁ ନିଜ ଘରୁ ବାହାରିଥିଲେ । ତାଙ୍କ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକ ରାତିସାରା ଖୁବ୍ ଖୋଜାଖୋଜି ପରେ ତାଙ୍କ ପତ୍ତା ପାଇନଥିଲେ । ଅପରାଧୀଙ୍କ ତୁରନ୍ତ ଗିରଫ ଦାବି କରି ସ୍ଥାନୀୟ ଲୋକ ରାସ୍ତା ଉପରେ ଶବ ରଖି ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ସ୍ଥାନୀୟ ଲୋକଙ୍କ ପୋଲିସ ସହିତ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ନାବାଳିକାଙ୍କ ମୃତଦେହକୁ ନିଜ କବଜାରେ ନେବାକୁ ପହଞ୍ଚିଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ଉପରେ ଯାତାୟତ ପ୍ରଭାବିତ କରିଥିଲେ । ଟାୟାର ଜାଳି ପୋଲିସ ଉପରକୁ ଟେକା ପଥର ମାଡ କରିଥିଲେ । ସ୍ଥିତି ମୁକାବିଲା କରିବାକୁ ଯାଇ ପୋଲିସ ଲାଠିଚାର୍ଜ କରିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏହି ମାମଲାର ତଦନ୍ତ ପୋଲିସ ଜାରି ରଖିଥିବା ବେଳେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking