30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଉତ୍ତର-କୋରିଆରେ ଖାଇବାକୁ ନପାଇ ଲୋକେ କରୁଛନ୍ତି ଆତ୍ମହତ୍ୟା: ରିପୋର୍ଟ

ଉତ୍ତର-କୋରିଆରେ ଖାଇବାକୁ ନପାଇ ଲୋକେ କରୁଛନ୍ତି ଆତ୍ମହତ୍ୟା: ରିପୋର୍ଟ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭାର ମାନବାଧିକାର କମିଟି ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି । ଉତ୍ତର କୋରିଆରେ ଖାଦ୍ୟର ଘୋର ଅଭାବ ସୃଷ୍ଟି ହୋଇଛି । ଆୟୋଗ ଦ୍ୱାରା କୁହାଯାଇଛି ଯେ, କିମ ଜୋଙ୍ଗ ଉନଙ୍କ ଦ୍ୱାରା ଲଗାଯାଇଥିବା କରୋନା କଟକଣା ଯୋଗୁଁ ଏପରି ଅବସ୍ଥା ହୋଇଛି । ଅର୍ଥବ୍ୟବସ୍ଥାର ପତନ ଯୋଗୁଁ ବହୁ ସଂଖ୍ୟାରେ ଶ୍ରମିକ ଶ୍ରେଣୀର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ କରୋନା ମହାମାରୀକୁ ରୋକିବା ପାଇଁ ଡେକୋକ୍ରାଟିକ୍ ପିକୁଲ୍ସ ରିପବ୍ଲିକ ଅଫ୍ କୋରିଆ ବା ଡିପିଆରକେ ସୀମା ବନ୍ଦ କରିଥିଲା । ଏହାର ଗୁରୁତର ପ୍ରଭାବ ଉତ୍ତର କୋରିଆ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡିଲା । କାରଣ ଏଥିଯୋଗୁଁ ଦେଶର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଭିତ୍ତିଭୂମିରେ ପୁଞ୍ଜି ବିନିଯୋଗର ହ୍ରାସ ତଥା ଚିକିତ୍ସା ସାମଗ୍ରୀରେ ଅଭାବ ଦେଖାଦେଇଥିଲା । କରୋନାକୁ ରୋକିବା ପାଇଁ ପଦକ୍ଷେପ ଯୋଗୁଁ ଉତ୍ତର କୋରିଆରେ ଏପରି ଅବସ୍ଥା ସୃଷ୍ଟି ହୋଇଛି । ଦେଶ ଭିତରେ ମାନବିକ ଅଧିକାର ଉପରେ ବି ଗଭୀର ପ୍ରଭାବ ପଡ଼ିଛି । ବିଚ୍ଛିନ୍ନ ଉତ୍ତର ପୂର୍ବ ଏସୀୟ ଦେଶ ଉପରେ ଜାତିସଂଘର ଏକ ସ୍ୱତନ୍ତ୍ର ଅଧିକାରୀ ଏଭଳି ମନ୍ତବ୍ୟ ଦେଇଛନ୍ତି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟୋମାସ୍ ଓଜିଆ କ୍ୱିଣ୍ଟାନା କହିଛନ୍ତି ଯେ, ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଦେଖାଦେଇଛି, ଯାହାକି କି ଲୋକମାନଙ୍କ ଜୀବିକା ଉପରେ ପ୍ରଭାବ ପକାଉଛି । ଶିଶୁ ଏବଂ ବୃଦ୍ଧମାନେ ଅନାହାରରେ ଅଛନ୍ତି । ଖାଦ୍ୟ ଶସ୍ୟର ଅଭାବ ଏବେ ଉତ୍ତରକୋରିଆରେ ଚିନ୍ତାର ବିଷୟ ପାଲଟିଛି । ଏହା ସହ ସେ କହିଛନ୍ତି ଯେ, କୋଭିଡ -୧୯ ରୋକିବା ପାଇଁ ଡିପିଆରକେ ସରକାରଙ୍କ ଏହି ଆତ୍ମଘାତୀ ପଦକ୍ଷେପ ଯୋଗୁଁ ଲୋକମାନେ ଆତ୍ମହତ୍ୟା କରୁଛନ୍ତି ନହେଲେ ଦେଶ ଛାଡି ପଳାଉଛନ୍ତି ।

Previous article
କାଳ ହେଲା ସମାନ ନା’: ପ୍ରକୃତ ରୋଗୀ ବଦଳରେ ଜ୍ୱର ପୀଡ଼ିତଙ୍କ ଅପରେସନ୍ କରିଦେଲେ ଡାକ୍ତର,ଶେଷରେ…. ଲକ୍ଷ୍ନୌ : ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ । ଡାକ୍ତର ଯାହା ବି ପରାମର୍ଶ ଦେଇଥାନ୍ତି ବା କହିଥାନ୍ତି ତାହାକୁ ଆମେ ଆଖି ବୁଜି ବିଶ୍ୱାସ କରିଥାଉ । କିନ୍ତୁ ଏହି ଡାକ୍ତରଙ୍କ ଅବହେଳାରୁ ଏବେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଭଳି ସାଂଘାତିକ ମାମଲା ସାମ୍ନାକୁ ଆସିଛି । ଯାହା ଡାକ୍ତରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଡାକ୍ତରଙ୍କ ଚରମ ଅବହେଳା ଯୋଗୁ ଜଣେ ରୋଗୀର ଜୀବନ ଯାଇଛି । ଏଭଳି ମାମଲା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବୁଲନ୍ଦ ସହରରେ । ଏଠାରେ ନା’ ଯୋଗୁ ଦ୍ୱନ୍ଦ୍ୱରେ ପଡ଼ି ଡାକ୍ତର ଜଣେ ଜ୍ୱର ରୋଗୀର ଅପରେସନ୍ କରିଛନ୍ତି । ଯାହା ଫଳରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ରୋଗୀର ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଉକ୍ତ ନର୍ସିଂହୋମ୍‌କୁ ସିଲ୍ କରିଥିବା ଜଣାଯାଇଛି । ସୂଚନାନୁଯାୟୀ, ନରସେନା ଥାନା ଅଧୀନସ୍ଥ ଗାଁ କିରୟାରୀ ନିବାସୀ ୟୁସୁଫ୍‌(୪୪)ଙ୍କୁ ଜ୍ୱର ହେବାରୁ ସେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସୁଧୀର ନର୍ସିଂହୋମ୍‌ରେ ଆଡମିଟ୍ ହୋଇଥିଲେ । ତାଙ୍କ ଅବସ୍ଥା ଭଲ ଥିଲା । କିନ୍ତୁ ୨୦ ତାରିଖ ରାତିରେ ଡାକ୍ତରମାନେ ତାଙ୍କ ଅପରେସନ୍ କରିଦେଲେ । ପ୍ରଥମେ କୁହାଗଲା ଯେ ୟୁସୁଫ୍‌ଙ୍କର ଗଲ ବ୍ଲାଡର ଅପରେସନ୍ ହୋଇଛି । କିନ୍ତୁ ପରେ ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ଶରୀରର କୌଣସି ଅଙ୍ଗକୁ ବାହାର କରିବା ପାଇଁ ଏହି ଅପରେସନ୍ କରାଯାଇଥିଲା । ତେବେ ଦୁଇଜଣ ରୋଗୀଙ୍କର ଗୋଟିଏ ନାଁ ହୋଇଥିବାରୁ ଏଭଳି ସମସ୍ୟା ହୋଇଥିବା କୁହାଯାଉଛି । ଆଉ ଜଣେ ୟୁସୁଫ୍‌ଙ୍କ ବଦଳରେ ଏହି ବ୍ୟକ୍ତିଙ୍କର ଅପରେସନ୍ କରିଦେଇଥିଲେ ଡାକ୍ତର । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ଜାଣିବା ପରେ ନର୍ସିଂ ହୋମ୍ ପରିସରରେ ରୋଗୀଙ୍କ ପରିଜନ ଗଣ୍ଡଗୋଳ କରିଥିଲେ । ଲୋକଙ୍କର ଉଗ୍ରରୂପ ଦେଖି ଡାକ୍ତର ଓ ନର୍ସ ଫେରାର ହୋଇଯାଇଥିଲେ । ଦୀର୍ଘ ସମୟ ଧରି ଲୋକମାନେ ନର୍ସିଂହୋମ୍‌ରେ ହୋ-ହଲ୍ଲା କରିବାରୁ ସ୍ଥାନୀୟ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଭିଯୋଗ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଉକ୍ତ ନର୍ସିଂ ହୋମ୍‌କୁ ସିଲ୍ କରିଛନ୍ତି ଓ ସେଠାରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସିଫ୍ଟ କରାଯାଇଛି । ଅନ୍ୟପଟେ ମୃତକଙ୍କ ପୁଅର ଅଭିଯୋଗ ଆଧାରରେ ପୋଲିସ ଅଙ୍ଗ ତସ୍କରୀ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
Next article

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking