30.1 C
Bhubaneswar
Sunday, May 5, 2024
Homeଖେଳଫ୍ରେଞ୍ଚ୍ ଓପନ୍ କ୍ୱାର୍ଟର୍‌ରେ ସିନ୍ଧୁ ଓ ସାତ୍ତ୍ୱିକ-ଚିରାଗ ଯୋଡ଼ି

ଫ୍ରେଞ୍ଚ୍ ଓପନ୍ କ୍ୱାର୍ଟର୍‌ରେ ସିନ୍ଧୁ ଓ ସାତ୍ତ୍ୱିକ-ଚିରାଗ ଯୋଡ଼ି

ପ୍ୟାରିସ୍‌: ଭାରତର ଷ୍ଟାର୍ ଶଟ୍‌ଲର୍ ପିଭି ସିନ୍ଧୁ ଡେନ୍‌ମାର୍କର ଲିନ୍ କ୍ରିଷ୍ଟୋଫର୍‌ସନ୍‌ଙ୍କୁ ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ୍‌ରେ ସିଧା ଗେମ୍‌ରେ ହରାଇ ଫ୍ରେଞ୍ଚ୍ ଓପନ୍ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ତୃତୀୟ ସିଡ୍ ସିନ୍ଧୁ ଗୁରୁବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ବିଶ୍ୱର ୩୭ ନଂ ର‌୍ୟାଙ୍କ୍‌ର ଖେଳାଳି କ୍ରିଷ୍ଟୋଫରସେନ୍‌ଙ୍କୁ ମାତ୍ର ୩୭ ମିନିଟ୍ ମଧ୍ୟରେ ୨୧-୧୯, ୨୧-୯ରେ ହରାଇ ଦେଇଛନ୍ତି । ପରବର୍ତ୍ତୀ ମ୍ୟାଚ୍‌ରେ ବିଶ୍ୱ ଚାମ୍ପିଅନ୍ ସିନ୍ଧୁ ଅଷ୍ଟମ ସିଡ୍ ଥାଇଲାଣ୍ଡର ବୁସାନାନ୍ ଅଙ୍ଗ୍‌ବାମ୍‌ରୁଙ୍ଗ୍‌ଫାନ୍‌ଙ୍କୁ ଭେଟିବେ ।

ଗତ ସପ୍ତାହରେ ସିନ୍ଧୁ ଡେନ୍‌ମାର୍କ ଓପନ୍‌ରେ ଥାଇ ଖେଳାଳିଙ୍କୁ ପରାସ୍ତ କରିଥିଲେ । ସେହିପରି ପଞ୍ଚମ ସିଡ୍ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ପୁରୁଷ ଡବଲ୍ସ ଯୋଡ଼ି ଏକ ଅଲ୍‌-ଇଣ୍ଡିଆନ୍ ମ୍ୟାଚ୍‌ରେ ଏମ୍‌ଆର୍ ଅର୍ଜୁନ ଓ ଧ୍ରୁବ କପିଲାଙ୍କୁ ୧୫-୨୧, ୨୧-୧୦, ୨୧-୧୯ରେ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି । ପରବର୍ତ୍ତୀ ରାଉଣ୍ଡ୍‌ରେ ଏହି ଯୋଡ଼ି ଚତୁର୍ଥ ସିଡ୍ ମାଲେସିଆର ଆରୋନ୍ ଚିଆ ଓ ସୋହ ଉଇ ୟିକ୍‌ଙ୍କୁ ଭେଟିବେ । ତେବେ ପୁରୁଷ ସିଙ୍ଗଲ୍ସରେ ସୌରଭ ବର୍ମା ପରାଜିତ ହୋଇଛନ୍ତି ।

ଦ୍ୱିତୀୟ ରାଉଣ୍ଡ୍‌ରେ ଜାପାନର କେଣ୍ଟା ନିଶିମୋଟୋ ତାଙ୍କୁ ୨୧-୧୨, ୨୧-୯ରେ ହରାଇ ଦେଇଛନ୍ତି । ଗୁରୁବାର ୟୁବ ଶଟଲର୍ ଲକ୍ଷ୍ୟ ସେନ୍ ସିଙ୍ଗାପୁରର ଲୋହ କିନ୍ ୟିଉଙ୍କ ବିପରେ ସହଜ ବିଜୟ ହାସଲ କରି ସୁପର୍ ୭୫୦ ଟୁର୍ଣ୍ଣାମେଣ୍ଟ୍‌ର ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking