28.1 C
Bhubaneswar
Friday, April 26, 2024
Homeଓଡିଶା୨୬ଦିନ ପରେ ଜଙ୍ଗଲରୁ ଗଳିତ ଶବ ଉଦ୍ଧାର : ପ୍ରତିଶୋଧ ପାଇଁ ହତ୍ୟା

୨୬ଦିନ ପରେ ଜଙ୍ଗଲରୁ ଗଳିତ ଶବ ଉଦ୍ଧାର : ପ୍ରତିଶୋଧ ପାଇଁ ହତ୍ୟା

କନ୍ଧମାଳ : କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ବାଲିସୁଗ୍ରୀ ଗ୍ରାମ ନିକଟ ନାଳ ପାଖ ମାଗାରିବିଲି ଜଙ୍ଗଲରୁ ବିନୋଦ ଜାନୀ ନାମକ ଜଣେ ବ୍ୟକ୍ତିଙ୍କ ଗଳିତ ଶବକୁ ୨୫ ତାରିଖ ଦିନ ପୁଲିସ୍ ଜବତ କରିଥିଲା । ଆଜି ଏହି ଘଟଣାର ପର୍ଦ୍ଦାଫାସ୍ କରିଛି । ପୂର୍ବ ଶତୃତା ଓ ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟାକାଣ୍ଡ ବୋଲି ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଠେଙ୍ଗା ସହିତ କୋଡ଼ି ପୁଲିସ୍ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲିସୁଗ୍ରୀ ଗ୍ରାମର ଶିବାନନ୍ଦ କହଁର । ସୂଚନାଯୋଗ୍ୟ, ବିନୋଦ ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ଏକ କୁକୁଡ଼ା ଫାର୍ମରେ କାମ କରୁଥିବା ବେଳେ ସେପ୍ଟେମ୍ବର ୨୯ରେ ସେ ନିଜ ଗ୍ରାମକୁ ଫେରିଥିଲେ ।

ତେବେ  ସେହିଦିନ ସେ ଅନ୍ୟ ୨ ବନ୍ଧୁଙ୍କ ସହିତ ମିଶି କରାକୁମ୍ପା ସ୍ଥିତ ଏକ ଘରେ ଦୀର୍ଘ ସମୟଧରି ମଦ୍ୟପାନ କରିଥିଲେ । ନିଶାରେ ଥିବା ବିନୋଦ ନିଜ ଘରେ ପହଞ୍ଚିନପାରି ଏକ ସ୍ଥାନରେ ଶୋଇ ପଡ଼ିଥିଲା । ପୂର୍ବରୁ ପ୍ରତିଶୋଧ ନେବା ପାଇଁ ଅପେକ୍ଷା କରି ରହିଥିବା ଗ୍ରାମର ଶିବାନନ୍ଦ କହଁର ଏକ ଢେଙ୍ଗାରେ ବିନୋଦକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲା । ଶିବାନନ୍ଦ ମାଗାରବିଳି ଜଙ୍ଗଲରେ ପୋତିଦେବା ସହିତ ବିନୋଦ ପିନ୍ଧିଥିବା ଜିନ୍ ପ୍ୟାଣ୍ଟ ନେଇ ନିଜ ଘରେ ଲୁଚାଇ ରଖିଥିଲା ।

ଶିବାନନ୍ଦଙ୍କ ପାଇଁ କାଳ ହୋଇଥିଲେ ଅନ୍ୟ ଦୁଇଜଣ ଛୋଟ ପିଲା । ପୁଲିସ୍ ତଦନ୍ତ ବେଳେ ଦୁଇ ଛୋଟ ପିଲାକୁ ପଚାରାଉଚରା ପରେ ସେମାନେ ଘଟଣା ସମ୍ପର୍କରେ ଜଣାଇବା ପରେ ପୁଲିସ୍ ଶିବାନନ୍ଦକୁ ଗିରଫ କରିବା ସହିତ ଘଟଣା ସମ୍ପର୍କରେ ପଚରା ଉଚରା ପରେ ସେ ସମସ୍ତ ବିଷୟରେ ମାନିଥିବା ଖଜୁରିପଡ଼ା ଥାନା ଅଧିକାରୀ ତ୍ରିପତି ଚୌଧୁରୀ ସୂଚନା ଦେଇଛନ୍ତି ।  ତେବେ ଏହି ହତ୍ୟକାଣ୍ଡ ପଛରେ ଆଉଏକ ହତ୍ୟାକାଣ୍ଡ ରହିଥିବା ପୁଲିସ୍ ତଦନ୍ତରୁ ଜାଣିପାରିଛି । ଗତ ୨୦୧୩ ମସିହାରେ ବିନୋଦଙ୍କ ଜଣେ ସମ୍ପର୍କିୟ କୁଆଡ଼େ ଶିବାନନ୍ଦଙ୍କ ବାପା ସପନ କହଁରଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ବାପାଙ୍କ ହତ୍ୟାର ପ୍ରତିଶୋଧ ପାଇଁ ସେ ବିନୋଦକୁ ହତ୍ୟା କରିଥିବା ମଧ୍ୟ ପୁଲିସ୍ ଆଗରେ ପ୍ରକାଶ କରିଥିବା ପୁଲିସ୍ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking