30.1 C
Bhubaneswar
Monday, May 6, 2024
Homeଖେଳପୁରୁଷ ଫ୍ରାଞ୍ଚାଇଜି କ୍ରିକେଟ୍‌ରେ ଟେଲର୍ ପ୍ରଥମ ମହିଳା କୋଚ୍‌

ପୁରୁଷ ଫ୍ରାଞ୍ଚାଇଜି କ୍ରିକେଟ୍‌ରେ ଟେଲର୍ ପ୍ରଥମ ମହିଳା କୋଚ୍‌

ଆବୁଧାବି: ପୂର୍ବତନ ଇଂଲିଶ ୱିକେଟ୍‌କିପର୍‌-ବ୍ୟାଟ୍ସଓମ୍ୟାନ୍ ସାରା ଟେଲର୍ ପୁରୁଷ ପ୍ରଫେସନାଲ୍ ଫ୍ରାଞ୍ଚାଇଜି କ୍ରିକେଟ୍‌ରେ ପ୍ରଥମ ମହିଳା କୋଚ୍ ହେବାର ଗୌରବ ଲାଭ କରିଛନ୍ତି । ଆସନ୍ତା ନଭେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଆବୁଧାବି ଟି-୧- ଲିଗ୍ ପାଇଁ ସେ ଆବୁଧାବି ଟିମ୍‌ର ଆସିଷ୍ଟାଣ୍ଟ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି । ଜଣେ ସର୍ବଶ୍ରେଷ୍ଠ ୱିକେଟ୍‌କିପର୍ ଭାବେ ଜଣାଶୁଣା ସାରା ପୂର୍ବରୁ ପୁରୁଷ କାଉଣ୍ଟି ଟିମ୍ ସସେକ୍ସର ପ୍ରଥମ ମହିଳା ବିଶେଷଜ୍ଞ କୋଚ୍ ନିଯୁକ୍ତ ହୋଇଥିଲେ ।

ଟି-୧୦ ଲିଗ୍‌ରେ ତାଙ୍କର ଏହି ନିଯୁକ୍ତି ସାରା ବିଶ୍ୱର ମହିଳା ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ସାରା ଆଶାବାଦୀ ଅଛନ୍ତି । ଗତ ୨୦୦୬ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିବା ୩୨ ବର୍ଷୀୟା ସାରା ୨୦୧୯ରେ ଅବସର ନେଇଥିଲେ । ତେବେ ଏହା ପୂର୍ବରୁ ସେ ଇଂଲଣ୍ଡ ପକ୍ଷରୁ ୧୦ଟି ଟେଷ୍ଟ, ୧୨୬ଟି ଦିନିକିଆ ଏବଂ ୯୦ ଟି-୨୦ ମ୍ୟାଚ୍ ଖେଳିଥିଲେ ।

ଚଳିତ ବର୍ଷ ସମର୍‌ରେ ସେ “ଦି ହଣ୍ଡ୍ରେଡ୍‌’ ଓ ୨୦୨୧ ମହିଳା ଟି-୨୦ କପ୍‌ରେ ଭାଗନେଇ ପ୍ରଫେସନାଲ୍ କ୍ରିକେଟ୍‌କୁ ଫେରିଥିଲେ । ସେ ଆବୁଧାବି ଟିମ୍‌ରେ ମୁଖ୍ୟା କୋଚ୍ ପଲ୍ ପାର୍‌ବ୍ରାସ୍‌ଙ୍କ ସହାୟକ ଭାବେ କାର୍ଯ୍ୟ କରିବେ । ବର୍ତ୍ତମାନ ଆଫଗାନିସ୍ତାନ ଟିମ୍‌ର ମୁଖ୍ୟ କୋଚ୍ ଥିବା ସାଉଥ୍ ଆଫ୍ରିକା ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନର୍ ପୂର୍ବରୁ ଆବୁଧାବି ଟିମ୍‌ର ମୁଖ୍ୟ କୋଚ୍ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking