41.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗ୨୦୨୦ ରେ ଆମେରିକାରେ ଯାଇଛି ୧.୪ ଲକ୍ଷ ରୋଜଗାର

୨୦୨୦ ରେ ଆମେରିକାରେ ଯାଇଛି ୧.୪ ଲକ୍ଷ ରୋଜଗାର

ୱାସିଙ୍ଗଟନ : ଅମେରିକା ନିଯୁକ୍ତି ସଂସ୍ଥା ୨୦୨୦ ଡ଼ିସେମ୍ବରରେ ୧ ଲକ୍ଷ ୪୦ ହଜାର ରୋଜଗାର ପଦବୀକୁ ବନ୍ଦ କରିଛନ୍ତି । ଏଠାରେ ନିଯୁକ୍ତିକୁ ନେଇ ଏକ ବଡ଼ ଖବର ସାମାନାକୁ ଆସିଛି । ରିପୋର୍ଟ ଅନୂସାରେ ଡ଼ିସେମ୍ବରରେ ଯେଉଁ ମାନଙ୍କର ରୋଜଗାର ସବୁ ବନ୍ଦ ହୋଇଛି ଏହାର ସବୁଠାରୁ ଅଧିକ ପ୍ରଭାବ ମହିଳା ମାନଙ୍କ ଉପରେ ପଡ଼ିଛି । ସୂଚାନାଥାଉ କି ଫେବୃଆରୀରେ କୋରନା ମହାମାରୀର ଆରମ୍ଭ ସମୟରୁ ଏବେ ଯାଏଁ ମୋଟ ୫୪ ଲକ୍ଷ ମହିଳାଙ୍କ ରୋଜଗାର ବନ୍ଦ ହୋଇସାରିଛି ବା ସେମାନଙ୍କ ଛଟେଇ କରାଯାଇଛି ଓ ୪୪ ଲକ୍ଷ ପୁରୁଷଙ୍କୁ ରୋଜଗାର ହରାଇବାକୁ ପଡ଼ିଛି ।
କୋରନା ମହାମାରୀର ବୃଦ୍ଧି ଯୋଗୁଁ ଆମେରିକା ଭଳି ଦେଶରେ ପ୍ରଥମ ଥର ପାଇଁ ଶ୍ରମିକ ବ୍ୟବସାୟ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି ।
ସମାଚାର ଏଜେନ୍ସି ଅନୂସାରେ ଖାଦ୍ୟ ଓ ପାନୀୟ ବ୍ୟବସାୟ ନିଜସ୍ଥାନରୁ ୩ଲକ୍ଷ ୭୨ ହଜାର ଓ ହସ୍ପିଟାଲିଟି କ୍ଷେତ୍ରରେ ୪ ଲକ୍ଷ ୯୮ ହଜାରର କ୍ଷତି ହୋଇଛି । ଯାହାକି ଅମେରିକା ରୋଜଗାରର ୨୩.୨ ପ୍ରତିଶତ ଅଟେ । ଏହିପରି ଭାବରେ ୨୦୨୦ରେ ମୋଟ ୨.୨ କୋଟି ଲୋକ ନିଜ ରୋଜଗାର ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking