26.1 C
Bhubaneswar
Tuesday, May 7, 2024
Homeମନୋରଞ୍ଜନଇମ୍ରାନଙ୍କୁ ଛାଡ଼ପତ୍ର ଦେବାକୁ ଧମକ ଦେଲେ ପତ୍ନୀ

ଇମ୍ରାନଙ୍କୁ ଛାଡ଼ପତ୍ର ଦେବାକୁ ଧମକ ଦେଲେ ପତ୍ନୀ

ନୂଆଦିଲ୍ଲୀ: ‘ଟାଇଗର-୩’ ଫିଲ୍ମ ପରେ ସୋ’ଟାଇମକୁ ନେଇ ଚର୍ଚ୍ଚାରେ ଅଛନ୍ତି ଇମ୍ରାନ ହାସମୀ | ମାର୍ଚ୍ଚ ୮ରେ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଏହି ୱେବସିରିଜ ରିଲିଜ୍ ହେବ। କିଛି ବର୍ଷ ପୂର୍ବେ ଫିଲ୍ମରେ ନିଜର ‘କିସିଂ ସିନ୍’ ପାଇଁ ଚର୍ଚ୍ଚାରେ ରହୁଥିବା ଇମ୍ରାନ୍ ଏବେ ନିଜର ଟ୍ରାକ୍ ବଦଳାଇଛନ୍ତି। ଫିଲ୍ମ ଓ ୱେବସିରିଜରେ ସେ ଭିନ୍ନ ଭିନ୍ନ ଚରିତ୍ର କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ତେବେ ‘ସିରିଏଲ କିସର’ ଭାବେ ଜଣାଶୁଣା ଇମ୍ରାନ୍ ‘ସିରିଏଲ ଡାଏଟର’ ବୋଲି ଜଣାପଡ଼ିଛି। ଅର୍ଥାତ୍ ନିଜକୁ ଫିଟ୍ ରଖିବା ପାଇଁ ସେ ଡାଏଟ କରିବା ଭୁଲନ୍ତି ନାହିଁ। ସୂଚନାନୁସାରେ , ଡାଏଟ ପାଇଁ ଇମ୍ରାନ୍ ଗତ କିଛି ବର୍ଷ ହେଲାଣି ସମାନ ଖାଦ୍ୟ ଖାଇବା ଆରମ୍ଭ କରିଛନ୍ତି। ତାଙ୍କର ଏହି ଅଭ୍ୟାସରେ ବିରକ୍ତ ହୋଇ ଇମ୍ରାନଙ୍କ ପତ୍ନୀ ତାଙ୍କୁ ଛାଡ଼ପତ୍ର ଦେବାକୁ ଧମକ ଦେଇ ସାରିଥିବା ଜଣାପଡ଼ିଛି। ଏକ ସାକ୍ଷାତକାରରେ ଇମ୍ରାନ କହିଛନ୍ତି ଯେ, ୧୩ବର୍ଷ ହେଲାଣି ମୁଁ କ୍ୟୁନୋଆ ଖାଉଥିଲି। ହେଲେ ଏବେ କ୍ୟୁନୋଆର ଆଉ ଏକ ଭଲ ବିକଳ୍ପ ବାଛି ନେଇଛି। ଏବେ ମୁଁ ଚିକେନ୍ କିମା ଖାଉଛି, କାରଣ ଏହା ସହଜରେ ହଜମ ହୋଇଯାଏ। ଏହା ସହ ମୁଁ ସାଲାଡ ଓ କନ୍ଦମୂଳ ବି ଖାଏ। ହେଲେ ମୋ ପରିବାର ଏହାକୁ ପସନ୍ଦ କରେନାହିଁ। ମୋ ପତ୍ନୀ ମୋର ଏସବୁ ଖାଦ୍ୟ ଦେଖି ବେଳେ ବେଳେ ଥଟ୍ଟାରେ ଛାଡ଼ପତ୍ର ଦେବା କଥା କୁହନ୍ତି। ହେ‌ଲେ ଏପର୍ଯ୍ୟନ୍ତ ସେ ଛାଡ଼ପତ୍ର ଦେଇନାହାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking